ମିଲରଙ୍କ ମନମାନି କାର୍ଯ୍ୟ , ଚାଷୀ ହତାଶ
ଗଂଜାମ, 19 ଫେବ୍ରୁଆରି (ହି.ସ.) ମିଲର ମାନଙ୍କ ମନମାନି କାର୍ଯ୍ୟ ଯୋଗୁଁ ଚାଷୀ ମାନେ ନାହିଁନଥିଵା ହଟହଟାର ସମ୍ମୁଖୀନ ହେଉଛନ୍ତି । ମଣ୍ଡିକୁ ଧାନ ଦେଵାକୁ ଚାଷୀମାନେ ମାସମାସ ହେଲା ବସ୍ତା ବାନ୍ଧି ସାଇତି ରଖି ଅପେକ୍ଷା କରି‌ ବସିଛନ୍ତି । ତେବେ ମିଲରମାନେ ଗାଡି ପଠାଇ ଧାନ ନେଉନାହାନ୍ତି । ଚାଷୀଙ୍କଠା
ମିଲରଙ୍କ ମନମାନି କାର୍ଯ୍ୟ , ଚାଷୀ ହତାଶ


ଗଂଜାମ, 19 ଫେବ୍ରୁଆରି (ହି.ସ.)

ମିଲର ମାନଙ୍କ ମନମାନି କାର୍ଯ୍ୟ ଯୋଗୁଁ ଚାଷୀ ମାନେ ନାହିଁନଥିଵା ହଟହଟାର ସମ୍ମୁଖୀନ ହେଉଛନ୍ତି । ମଣ୍ଡିକୁ ଧାନ ଦେଵାକୁ ଚାଷୀମାନେ ମାସମାସ ହେଲା ବସ୍ତା ବାନ୍ଧି ସାଇତି ରଖି ଅପେକ୍ଷା କରି‌ ବସିଛନ୍ତି । ତେବେ ମିଲରମାନେ ଗାଡି ପଠାଇ ଧାନ ନେଉନାହାନ୍ତି । ଚାଷୀଙ୍କଠାରୁ ଅଧିକ ଅର୍ଥ‌ ପାଇଵା‌ ଆଶାରେ ଧାନ ପରୀକ୍ଷା ଆଳରେ ଭଲଧାନର ମାନ ଠିକ୍ ନାହିଁ କହି ମିଲରମାନେ ଚାଷୀ ମାନଙ୍କ ଠାରୁ ମଣ୍ଡିକୁ ଧାନ ନେଉନାହାନ୍ତି। ଅନ୍ୟ ପକ୍ଷରେ ଯେଉଁ ଚାଷୀ କୁଣ୍ଟାଲ ପିଛା ଦୁଇଶହରୁ ତିନିଶହ ଟଙ୍କା ପାଉଣା‌ ଦେଉଛନ୍ତ । ସେମାନଙ୍କ ‌ନିମ୍ନମାନର ଧାନକୁ ଉତ୍ତମ‌ଧାନ କହି ମଣ୍ଡିକୁ ମିଲର ମାନେ ନେଉଛନ୍ତି। ଫଳରେ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏଣେ ମଣ୍ଡିର ସମୟ ମିଆଦ ସରିସରି ଆସୁଛି।‌ ତୁରନ୍ତ ଗଞ୍ଜାମ ଜିଲ୍ଲାପାଳ ଘଟଣାର ତଦନ୍ତ କରି‌ ମିଲରମାନେ ଚାଷୀଙ୍କ ଠାରୁ ମଣ୍ଡିକୁ ଧାନ ନେବାକୁ ନିର୍ଦ୍ଦେଶ ଦେବାକୁ ଜନଦାଵି‌ ହେଉଛି। ‌‌। ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande