ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ଶକ୍ତି ଲଗାଇ
ନିଜ ଛାତ୍ରଙ୍କୁ ଅତ୍ୟାଚାର କରୁଛନ୍ତି ଅଚ୍ୟୁତ ସାମନ୍ତ । ଗୁଣ୍ଡା ଲଗାଇ ନିରୀହ ଛାତ୍ର ଛାତ୍ରୀଙ୍କୁ
ମାଡ଼ ମରାଯାଉଛି ବୋଲି କହିଛନ୍ତି ୟାସିର ନୱାଜ । ମୃତ ଛାତ୍ରୀ ମାନସିକ ନିର୍ଯାତନା ନେଇ
ଅଭିଯୋଗ କରିଥିଲେ ହେଲେ କଲେଜ କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ଭୁଲିଗଲେ । ଅଚ୍ୟୁତଙ୍କ ଯୋଗୁଁ
ନେପାଳ ସହ ଭାରତର ସମ୍ପର୍କ ଖରାପ ହେବାକୁ ଯାଉଛି । କାହିଁକି ପୋଲିସ ଓ ରାଜ୍ୟ ସରକାର ଛାତ୍ରୀଙ୍କୁ
ଧମକାଉଥିବା ମହିଳା ଓ ଅଚ୍ୟୁତଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇନାହିଁ ବୋଲି ପ୍ରଶ୍ନ
କରିଛି ଯୁବ କଂଗ୍ରେସ । କିଟର ପୁରୁଣା ଜମି କେଳେଙ୍କାରୀ ଖୋଲିବା ସହ ଅଚ୍ୟୁତଙ୍କ ବିରୋଧରେ କି
କାର୍ଯ୍ୟାନୁଷ୍ଠାନ ନେବେ ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା
ୟାସିର ନୱାଜ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା