ଜିଲ୍ଲାରେ ଧାନ କିଣୁଛନ୍ତି ୪୧ ମିଲର, ୫୦ ହଜାର ୧୭ ଜଣ ଚାଷୀଙ୍କ ଠାରୁ କିଣାଗଲାଣି ୨୧ ଲକ୍ଷ ୨୫ ହଜାର ୯୯୯ କ୍ୱିଂଟାଲ ଧାନ
ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ସରକାରୀ ଦରରେ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କାରେ ମଣ୍ଡି ଜରିଆରେ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଧାନ କିଣିବା ନେଇ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସମସ୍ତ ପ୍ରକାର ପ୍ରସ୍ତୁତି ନେଇ ଧାନ କିଣା କାର୍ଯ୍
ଜିଲ୍ଲାରେ ଧାନ କିଣୁଛନ୍ତି ୪୧ ମିଲର, ୫୦ ହଜାର ୧୭ ଜଣ ଚାଷୀଙ୍କ ଠାରୁ କିଣାଗଲାଣି ୨୧ ଲକ୍ଷ ୨୫ ହଜାର ୯୯୯ କ୍ୱିଂଟାଲ ଧାନ


ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ସରକାରୀ ଦରରେ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କାରେ ମଣ୍ଡି ଜରିଆରେ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଧାନ କିଣିବା ନେଇ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସମସ୍ତ ପ୍ରକାର ପ୍ରସ୍ତୁତି ନେଇ ଧାନ କିଣା କାର୍ଯ୍ୟ ଚାଲୁ ରହିଛି। ପ୍ରଦତ ସୂଚନା ଅନୁଯାୟୀ ଅଦ୍ୟାବଧି ୫୦,୦୧୭ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ସମୁଦାୟ ୨୧,୨୫,୯୯୯ କ୍ୱିଂଟାଲ ଧାନ କିଣା ସରିଛି। ଧାନକ୍ରୟ ବାବଦ ୪୦,୯୯୯ ଜଣ ଚାଷୀଙ୍କୁ ସମୁଦାୟ ୪୦୧,୯୯,୫୫,୨୪୯ ଟଙ୍କା ପଇଠ କରାଯାଇ ସାରିଛି। ଭଦ୍ରକ ଜିଲ୍ଲାପାଇଁ ୩୪,୧୧,୪୪୧ କ୍ୱିଂଟାଲ ଧାନ କିଣା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭଦ୍ରକ ଜିଲ୍ଲାରୁ ୨୨ ଜଣ ଓ ଜିଲ୍ଲା ବାହାରୁ ୨୩ ଜଣ ମିଲର ଧାନ କିଣାରେ ପ୍ରଶାସନ ତରଫରୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରୁ ଜିଲ୍ଲାବାହାରୁ ଆସିଥିବା ୧୯ ଜଣ ମିଲର ଓ ଜିଲ୍ଲାର ୨୨ ଜଣ ମିଶି ସମୁଦାୟ ୪୧ ଜଣ ମିଲରଙ୍କ ଦ୍ୱାରା ଏବେ ଧାନ କିଣା ଜାରି ରହିଛି। ସମୁଦାୟ ଧାର୍ଯ୍ୟ ଲକ୍ଷ୍ୟରୁ ୨୮,୯୪,୯୮୭ କ୍ୱିଣ୍ଟାଲ ଧାନ କିଣାପାଇଁ ବଂଟନ କରାଯାଇଛି। ୩,୫୯,୬୬୪.୮୧ କ୍ୱିଂଟାଲ ଧାର୍ଯ୍ୟ ଲକ୍ଷ୍ୟ ବାଂଟିବା ପାଇଁ ବାକି ଅଛି। ଏବେ ସୁଦ୍ଧା। ମିଲର ମାନେ ମଣ୍ଡିରୁ ୧୯,୧୩,୩୩୨.୬୯ କ୍ୱିଂଟାଲ ଧାନ ଉଠାଇ ସାରିଛନ୍ତି। ୨,୧୨,୬୬୬.୫୧ କ୍ୱିଂଟାଲ ଧାନ ଏବେ ସୁଦ୍ଧା ମଣ୍ଡିରେ ପଡ଼ି ରହିଛି।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande