ଭଦ୍ରକ, ୨୦ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୌଲତପୁର ପଂଚାୟତ ଅଧୀନ ମାଲପୁର ଗ୍ରାମର ଆଦର୍ଶ ଶିକ୍ଷକ କୃତିବାସ ମହାନ୍ତିଙ୍କର ୧୦ମ ଶ୍ରାଦ୍ଧ ବାର୍ଷିକ ଗୁରୁବାର ମାଲପୁର ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ କବି ସୁଧାରଂଜନ ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସଂଗ୍ରାମ ମହାନ୍ତି ଯୋଗ ଦେଇ ଶିକ୍ଷକମାନେ ଛାତ୍ରବତ୍ସଳ ହେବା ଆବଶ୍ୟକ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପକ ସାହିତ୍ୟିକ ରବିନ୍ଦ୍ର ବେହୁରା, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ସଂଯୁକ୍ତା ଭାରତୀ ଯୋଗ ଦେଇ ସ୍ୱର୍ଗତ ମହାନ୍ତିଙ୍କ ଆଦର୍ଶକୁ ଅନୁଶରଣ କରିପାରିଲେ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ରାମନାରାୟଣ ନାୟକ, କବି ସଂଜିତ୍ କୁମାର ବଳ, ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ଅରୁପାନନ୍ଦ ପାଣିଗ୍ରାହୀ, ଆଶୁତୋଷ କରଣ, ବିଶ୍ୱମୈତ୍ରୀ ନାୟକ, ମୌସୁମୀ ଗୋଚ୍ଛାୟତ, ଭାଗବତ ସେନାପତି, ସୁବାସ ମହାନ୍ତି, ପ୍ରବଚକ ସୁଧାକର ଧନୀ ପ୍ରମୁଖ ଯୋଗଦେଇ ଆଦର୍ଶ ଶିକ୍ଷକ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ। ଶେଷରେ ପ୍ରକାଶକ ଓ କବି ବାଦଲ ମହାନ୍ତି ଶେଷ ସ୍ପର୍ଶ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ