ଅଣଧାନ ଖାଦ୍ୟ ପ୍ରସ୍ତୁତି ରୋଷେଇ ପ୍ରତିଯୋଗିତା
ଅଣଧାନ ଖାଦ୍ୟ ପ୍ରସ୍ତୁତି ରୋଷେଇ ପ୍ରତିଯୋଗିତାସମ୍ବଲପୁର, ୨୦ ଫେବୃଆରୀ(ହି.ସ.) – ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କିରାଶାସନ ଗ୍ରାମରେ ଏବେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହି ଅବସରରେ ସ୍ଥାନୀୟ ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ଅଣଧାନ ଖାଦ୍
ଅଣଧାନ ଖାଦ୍ୟ ପ୍ରସ୍ତୁତି ରୋଷେଇ ପ୍ରତିଯୋଗିତା


ଅଣଧାନ ଖାଦ୍ୟ ପ୍ରସ୍ତୁତି ରୋଷେଇ ପ୍ରତିଯୋଗିତାସମ୍ବଲପୁର, ୨୦ ଫେବୃଆରୀ(ହି.ସ.) – ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କିରାଶାସନ ଗ୍ରାମରେ ଏବେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହି ଅବସରରେ ସ୍ଥାନୀୟ ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ଅଣଧାନ ଖାଦ୍ୟ ପ୍ରସ୍ତୁତି ରୋଷେଇ ପ୍ରତିଯୋଗିତା ହୋଇଥିଲା। ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସାର୍କ' ପକ୍ଷରୁ କୁଚିଣ୍ଡା ବ୍ଲକ କିରାଶାସନ ଠାରେ ଆୟୋଜିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ଉପଜିଲ୍ଲାପାଳ ଡ.ଗୌରବମୟ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ବ୍ଲକ୍ କୃଷି ଅଧିକାରୀ ପ୍ରସନ୍ନ ସ୍ୱାଇଁ, ଜିଲ୍ଲା କୃଷି ଅଧିକାରୀ ଜଗବନ୍ଧୁ ପଟେଲ, ଜିଲ୍ଲା କୃଷି ଯୋଜନା ଅଧିକାରୀ ଟଙ୍କଧର ନାଗ, ବ୍ୟାଙ୍କ ମ୍ୟାନେଜର ଦେବ କିଶୋର ନାଏକ, ଗୋଷ୍ଠୀ କୃଷି ଅଧିକାରୀ ଦିବ୍ୟ ସ୍ୱରୂପ ପଣ୍ଡା, ଅତିରିକ୍ତ କୃଷି ଅଧିକାରିଣୀ ସୁସ୍ମିତା କିରୋ, କୃଷି ବିଶେଷଜ୍ଞ ରଘୁମଣୀ ହୋତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜିତ ପ୍ରତିଯୋଗିତାରେ ମୋଟ୍ ୩୬ଟି ଗୋଷ୍ଠୀ ଭାଗ ନେଇଥିଲେ। ଶେଷରେ ସମସ୍ତ କୃତି ପ୍ରତିଯୋଗୀ ତଥା ଏସ୍‌ଏଚଜି ମହିଳା ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ‘ସାର୍କ' ସମ୍ପାଦକ ଅଶୋକ କୁମାର ପାଣିଗ୍ରାହୀ ପ୍ରାରମ୍ଭିକ ସ୍ୱାଗତ ଭାଷଣ ଦେବା ସହ ଆୟୋଜିତ ସଭା ପରିଚାଳନା କରିଥିଲେ। ୩ ଦିନିଆ ଏହି ପ୍ରତିଯୋଗିତାରେ ମୋଟ ୩୬ ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅଂଶଗ୍ରହଣ କରିଥିଲେ। ଅଣଧାନ ମଧ୍ୟରେ ବିଶେଷକରି ମୁଗ, ବିରି, କୋଳଥ, ମକା, ମାଣ୍ଡିଆ, ଚିନାବାଦାମ, ରାଶି ଓ ବିଭିନ୍ନ ପ୍ରକାର ପନି ପରିବାରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। କାର୍ଯ୍ୟକ୍ରମରେ କିରାଶାସନ, ସାତକମା, ବିଜାଡ଼ିହି, କୁଲେଇଗଡ଼, ପୁରୁଣାପାଣି, କୁଟୁରାଚୁଆଁ ଆଦି ଗ୍ରାମର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande