ବୁର୍ଲାରେ ପିଜି ଛାତ୍ରୀଙ୍କୁ ଆକ୍ରମଣ ଘଟଣା : ଅଭିଯୁକ୍ତ ଗିରଫ
ସମ୍ବଲପୁର, ୨୦ ଫେବୃଆରୀ (ହି.ସ.)- ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜନୈକା ପିଜି ଛାତ୍ରୀଙ୍କ ଉପରେ ଗତକାଲି ସନ୍ଧ୍ୟାରେ ହୋଇଥିବା ଆକ୍ରମଣ ଓ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ଜଣକୁ ଗିରଫ କରିଛି । ଏ ବିଷୟରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଏବଂ ଏସ୍‌ପି ମୁକେଶ ଭାମୁ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍
ବୁର୍ଲାରେ ପିଜି ଛାତ୍ରୀଙ୍କୁ ଆକ୍ରମଣ ଘଟଣା : ଅଭିଯୁକ୍ତ ଗିରଫ


ସମ୍ବଲପୁର, ୨୦ ଫେବୃଆରୀ (ହି.ସ.)- ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜନୈକା ପିଜି ଛାତ୍ରୀଙ୍କ ଉପରେ ଗତକାଲି ସନ୍ଧ୍ୟାରେ ହୋଇଥିବା ଆକ୍ରମଣ ଓ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ଜଣକୁ ଗିରଫ କରିଛି । ଏ ବିଷୟରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଏବଂ ଏସ୍‌ପି ମୁକେଶ ଭାମୁ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏ ସମ୍ପର୍କରେ ପିଡୀତାଙ୍କ ବାପାଙ୍କ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗିରଫ ଅଭିଯୁକ୍ତ ରାକେଶ ଦାଶ (୩୫) ବୁର୍ଲା ସହରର ମହତାବ ନଗରର ବାସିନ୍ଦା ଅଟେ । ସେ ଗତ ଦୁଇ ମାସ ହେଲା ଉକ୍ତ ଛାତ୍ରୀଙ୍କୁ ଫୋନ୍ କରି ସଂପର୍କ ରକ୍ଷା କରୁଥିଲା । ଗତକାଲି ସକାଳେ ସେ ପୀଡ଼ିତାଙ୍କୁ ଫୋନ୍ କରି ଜ୍ୟୋତିବିହାର ନିକଟସ୍ଥ ମେଟାକାନୀ ମନ୍ଦିର ପାଖ ପଡ଼ିଆରେ ଭେଟ ହେବାକୁ କହିଥିଲା । ମଧ୍ୟାହ୍ନରେ ଛାତ୍ରୀ ଜଣକ ସେପଟକୁ ଯାଉଥିବା ବେଳେ ଅଭିଯୁକ୍ତ ଭେଟ ହୋଇଥିଲା । ହେଲେ ଏହି ସମୟରେ ଛାତ୍ରୀ ଜଣକ ଅନ୍ୟ କାହା ସହ କଥା ହେଉଥିବା ଦେଖି ଉତ୍‌କ୍ଷୀପ୍ତ ହୋଇଥିଲା । ପାଖରେ ଥିବା ଏକ ସିମେଣ୍ଟ ଇଟାରେ ଛାତ୍ରୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ସ୍ଥାନୀୟ ଲୋକ ଏହା ଦେଖି ପାରି ପୋଲିସ ସହିତ ଛାତ୍ରୀଙ୍କୁ ଭିମସାର ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ତାଙ୍କୁ ଆଜି ଭୁବନେଶ୍ୱର ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେହି ରାସ୍ତାରେ ଥିବା ବିଭିନ୍ନ ସିସିଟିଭି ଏବଂ ଅନ୍ୟାନ୍ୟ ସୂଚନାକୁ ଆଧାର କରି ପୋଲିସ ରାକେଶ ଦାଶକୁ ଗିରଫ କରିଛି । ଏ ନେଇ ବିଏମ୍‌ଏସ୍‌ର ଧାରା ୧୦୯ (୧), ୩ (୫) ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ଏସପି ଶ୍ରୀ ଭାମୁ ସୂଚନା ଦେଇଛନ୍ତି ।

ଏହି ଘଟଣାରେ ଦୁଇଟି ଫୋନ୍‌, ଆକ୍ରମଣରେ ବ୍ୟବହୃତ ସିମେଣ୍ଟ ଇଟା ବ୍ଲୁଟୁଥ୍ ଇୟରବଡ଼୍‌, ଇୟରଫୋନ୍ ଜବତ କରାଯାଇଛି ।

ଜବତ ମୋବାଇଲ ମଧ୍ୟରୁ ଗୋଟିଏକୁ ପୀଡ଼ିତା ଛାତ୍ରୀଙ୍କ ଠାରୁ ଝିଙ୍କି ନେଇ ଅଭିଯୁକ୍ତ କଚାଡ଼ି ଦେଇଥିଲା । ପୋଲିସ ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande