ଭୁବନେଶ୍ୱର, 20 ଫେବୃଆରୀ – ବଜରଙ୍ଗ ଦଳ, ଭୁବନେଶ୍ୱର ମହାନଗର ୟୁନିଟ୍ ତରଫରୁ ୧) ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ହେଇଥିବା ଅସଦାଚରଣ ୨) ଭାରତ ନେପାଳ ସମ୍ପର୍କରେ ତିକ୍ତତା ୩) ଅଭିଯୁକ୍ତଙ୍କୁ ଗିରଫ କରିବାର ପାଞ୍ଚ ଘଣ୍ଟା ମଧ୍ୟରେ ବେପରୁଆ ଜାମିନ ପ୍ରଦାନ ୪) ଘଟଣା ଘଟିବା ପରେବି ବାରମ୍ବାର କିଟ୍ କର୍ମଚାରୀଙ୍କ ଦ୍ଵାରା ବିଦ୍ୟାର୍ଥୀମାନଙ୍କୁ ଧମକ ଦେବାର ଖବର ୫) ଜମି କେଳେଙ୍କାରୀ ୬) ଆଦିବାସୀ ଦଳିତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ନାମରେ ଧର୍ମାନ୍ତିକରଣର ଯୋଜନା ୭) ମରିବାର ଚାରିଦିନ ବିତିଯାଇଥିଲେ ମଧ୍ୟ କିଟ୍ ଛାତ୍ରୀ ପ୍ରକୃତି ଲମସାଲଙ୍କ ପରିବାରକୁ କ୍ଷତିପୂରଣ ଘୋଷଣାରେ ବିଳମ୍ବ ୮) ନେପାଳ ତଥା ସମସ୍ତ ବିଦେଶୀ ବିଦ୍ୟାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ୯) ବିଶ୍ଵବିଦ୍ୟାଳୟରେ ପୃଷ୍ଟିକର ଖାଦ୍ୟ ୧୦) କିଟ୍ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶ ଭଳି ଦଶଗୋଟି ଦାବି ନେଇ କିଟ୍ ବିଶ୍ୱବିଦ୍ୟାଳୟ ଫାଟକ ସଂଖ୍ୟା-୬ ଆଗରେ ଆଜି ସନ୍ଧ୍ୟା ୫:୦୦ ଟାରେ ଧାରଣା, କୁଶପୁତ୍ତଳିକା ଦାହ ସହ କ୍ୟାମ୍ପସ ଭିତରକୁ ଧସେଇ ପଶିବାର ଯୋଜନା କରାଯାଇଥିଲା l
ଆଜିର ଉକ୍ତ କାର୍ଯ୍ୟକ୍ରମଟି ବଜରଙ୍ଗ ଦଳର ପ୍ରାନ୍ତ ସହ-ସଂଯୋଜକ ପ୍ରଭାତ ଭୂଷଣ ତ୍ରିପାଠୀଙ୍କ ନେତୃତ୍ୱରେ ହୋଇଥିବା ବେଳେ ଭୁବନେଶ୍ଵର ମହାନଗର ବଜରଙ୍ଗ ଦଳ ସଂଯୋଜକ ପ୍ରତ୍ୟୁଷ ରାଉତରାୟ, ଭୁବନେଶ୍ଵର ମହାନଗର ବିଦ୍ୟାର୍ଥୀ ପ୍ରମୁଖ ଅଭିମନ୍ୟୁ ପାତ୍ର, ଚିନ୍ମୟ ସାମଲଙ୍କ ପରି ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆହୁରି ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ