ବରିଷ୍ଠ ବିଜେପି ନେତା ଦୁର୍ଗା ନାୟକଙ୍କ ପରଲୋକ
ଭଦ୍ରକ, ୨୦ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ତିହିଡି଼ ବ୍ଲକ କୋହ୍ଲ ପଂଚାୟତ ଅନ୍ତର୍ଗତ ମୂଷାଙ୍ଗ ଗ୍ରାମର ବରିଷ୍ଠ ବିଜେପି ନେତା ଦୁର୍ଗା ଚରଣ ନାୟକଙ୍କର ଗୁରୁବାର ଅପରାହ୍ନ ୩ଟା ୧୫ ମିନିଟ୍‌ରେ କଟକ ସ୍ଥିତ ଏସସିବି ମେଡ଼ିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇ ଯାଇଛି। ମୃତ୍ୟୁବେଳକୁ ତାଙ୍କୁ
BJP NETA DURGA CHARANA NAYAK (FILE PHOTO)


ଭଦ୍ରକ, ୨୦ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ତିହିଡି଼ ବ୍ଲକ କୋହ୍ଲ ପଂଚାୟତ ଅନ୍ତର୍ଗତ ମୂଷାଙ୍ଗ ଗ୍ରାମର ବରିଷ୍ଠ ବିଜେପି ନେତା ଦୁର୍ଗା ଚରଣ ନାୟକଙ୍କର ଗୁରୁବାର ଅପରାହ୍ନ ୩ଟା ୧୫ ମିନିଟ୍‌ରେ କଟକ ସ୍ଥିତ ଏସସିବି ମେଡ଼ିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇ ଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ଗତ ୬ମାସ ଧରି ଅସୁସ୍ଥ ଥାଇ ଚିକିତ୍ସାଧୀନ ଥିଲେ। ସ୍ୱର୍ଗତ ନାୟକ ଦୀର୍ଘ ୩୦ବର୍ଷରୁ ଅଧିକ ସମୟ ଧରି ବିଜେପି ଦଳରେ ରହି ଦଳକୁ ମଜଭୁତ କରିବା ଦିଗରେ କାର୍ଯ୍ୟ କରି ରାଜନୈତିକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ସେ ପ୍ରଥମେ ବିଜେପିର ତିହିଡ଼ି ମଣ୍ଡଳ ସଭାପତି ଓ ପରେ ଭଦ୍ରକ ଜିଲା ଉପସଭାପତି ଭାବେ ନିଯୁକ୍ତି ପାଇ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରି ଦଳକୁ ମାର୍ଗଦର୍ଶନ କରିଆସୁଥିଲେ। ଜଣେ ନିର୍ଭୀକ, ସ୍ପଷ୍ଟବାଦୀ ରାଜନେତା ଭାବେ ତାଙ୍କର ତିହିଡ଼ି ବ୍ଲକରେ ସୁଖ୍ୟାତି ଥିବା ବେଳେ ତାଙ୍କୁ ତିହିଡ଼ି ରାଜନୀତିର ପିତାମହ ବୋଲି କୁହାଯାଏ। ସେ ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁସେଠୀଙ୍କର ରାଜନୈତିକ ସହଯୋଗୀ ଥିଲେ। ଏଥି ସହିତ ସେ ଭଦ୍ରକ ଟ୍ରେକର ଆସୋସିଏସନର ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଜଣେ ଶାନ୍ତ, ସରଳ, ଅମାୟିକ, ଧର୍ମପରାୟଣ ଓ ପରୋପକାରୀ ବ୍ୟକ୍ତି ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟ ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ବିଭିନ୍ନ ରାଜନୈତିକ ମହଲ ସହିତ ଜନସାଧାଣ ଗଭୀର ଶୋକ ପ୍ରକାଶ କରିଛନ୍ତି।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande