ଖୋର୍ଦ୍ଧା, ୨୦ ଫେବ୍ରୁଆରି (ହି.ସ.) - ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସିମୋର ପଂଚାୟତ କଂଟାମଳିମ ଗ୍ରାମରେ ବଜ୍ରାଘାତରେ ଜଣେ ବୃଦ୍ଧା ଆହତ ହୋଇଥିବା ବେଳେ ଏବଂ ତାଙ୍କର ୬ଟି ଛେଳିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ମୁତାବକ, ଆଜି ଭୋର ସାଢ଼େ ୫ଟା ସମୟରେ କଂଟାମଳିମ ଗ୍ରାମରେ ଘଡ଼ଘଡ଼ି ସହ ଅଦିନିଆ ବର୍ଷା ହୋଇଥିଲା। ବ୍ରଜପାତ ଘଟି ଗ୍ରାମର ମାଧବ ଲେଙ୍କାଙ୍କ ସ୍ତ୍ରୀ ହୀନ ଲେଙ୍କା ବଜ୍ରାଘାତରେ ଆହତ ହୋଇଥିବା ବେଳେ ତାଙ୍କର ୬ଟି ଛେଳିଙ୍କର ମୃତ୍ୟୁ ଘଟିଛି। ଚିକିତ୍ସା ପାଇଁ ୧୦୮ଆମ୍ବୁଲାନ୍ସରେ ହୀନ(୭୦)ଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ରାକେଶ