ଓଡିଶା କଳା ଓ କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ
ଜୟପୁର, ୨୦ ଫେବ୍ରୁଆରି (ହି.ସ.) - ଓଡିଶା ସରକାରଙ୍କ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ଓଡିଶା କଳା ଓ କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କର
ଓଡିଶା କଳା ଓ କ୍ରୀଡା ଶିକ୍ଷକ ସ˚ଘ ପକ୍ଷରୁ ଦାବିପତ୍ର ପ୍ରଦାନ


ଜୟପୁର, ୨୦ ଫେବ୍ରୁଆରି (ହି.ସ.) - ଓଡିଶା ସରକାରଙ୍କ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ଓଡିଶା କଳା ଓ କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ବିଦ୍ୟାଳୟ ମାନଙ୍କରେ ୨୦୧୩ ମସିହା ଠାରୁ ଶିକ୍ଷକ ମାନେ ନିଯୁକ୍ତି ପାଇ ଆଜି ସୁଦ୍ଧା ସେମାନେ ସ୍ଥାୟୀ ନିଯୁକ୍ତି ପାଇ ନାହାନ୍ତି। ପାର୍ଟଟାଇମ ହୋଇ ରହିଥିବା ଯୋଗୁଁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଶିକ୍ଷକ ମାନେ ନିସ୍ୱାର୍ଥପର ଭାବରେ ବିଦ୍ୟାଳୟ ମାନଙ୍କରେ ନିଜର କାର୍ଯ୍ୟ ସୂଚାରୁରୁପେ ସପ୍ସପାଦନା କରୁଥିବା ସତ୍ୱେ ପ୍ରତ୍ୟେକଟି ମୁହୁର୍ତରେ ଅବହେଳାର ଶିକାର ହେଉଛନ୍ତି। ଦୀର୍ଘ ୧୨ ବର୍ଷ ଧରି ଏହି ସାମୟିକ ପ୍ରଶିକ୍ଷକ ମାନଙ୍କର ସ୍ଥାୟୀ ନିଯୁକ୍ତି ଦରମା ବୃଦ୍ଧି ଜନିତ ନ୍ୟାର୍ଯ୍ୟ ଦାବି ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରି, ସଚିବ ନିର୍ଦ୍ଧେଶକ ଓ ଅନ୍ୟ ପଦାଧିକାରୀ ତଥା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ସୁଦ୍ଧା ସୁଫଳ ମିଳିନାହିଁ। ଯାହା ଫଳରେ ବେତନ ୭୭୮୮ ସାଙ୍ଗକୁ ନିଯୁକ୍ତି ହୋଇ ପାରିନଥିବା କାରଣରୁ ପରିବାର ଚଳାଇବା କଷ୍ଟସାଧ୍ୟ ହେଉଛି।

ଗତ ୨୦୦୮ ମସିହାରେ ଶିକ୍ଷାସହାୟକ,୨୦୧୭ରେ ଗଣଶିକ୍ଷକ,୨୦୧୭ ରେ ବହୁଭାଷୀ ଶିକ୍ଷକ,୨୦୨୨ ରେ କ୍ୟାଡରଭୁକ୍ତ କରାଇ ଯେଉଁଭଳି ଭାବରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାରେ ସରକାର ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ସେହିପରି କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କୁ କ୍ୟାଡରଭୁକ୍ତ କରାଇ ସ୍ଥାୟୀ ନିଯୁକ୍ତି କରିବାପାଇଁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ପ୍ରଶିକ୍ଷକ ପଦ୍ମଚରଣ ଚୌଧୁରୀ, ଦୀପକ ଦାସ, ସୁରେଶ ଚନ୍ଦ୍ର ମହାପାତ୍ର, ପଦ୍ମିନୀ ବେହେରା, ସୁରେଶ କୁମାର ନାୟକ, ରାଜେନ୍ଦ୍ର କୁମାର ପଟ୍ଟନାୟକ, ସ୍ମିତା ରଥଙ୍କ ସମେତ ଅନ୍ୟ ପ୍ରଶିକ୍ଷକ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande