ରତଙ୍ଗ ଓ ଭୃଙ୍ଗିଯୋଡ଼ିରେ ପଂଚାୟତ ବିକଶିତ ପଂଚାୟତ ଅନ୍ତର୍ଗତ କର୍ମଶାଳା
Bikasita Panchayata workshop news and photo
ରତଙ୍ଗ ଓ ଭୃଙ୍ଗିଯୋଡ଼ିରେ ପଂଚାୟତ ବିକଶିତ ପଂଚାୟତ ଅନ୍ତର୍ଗତ କର୍ମଶାଳା


କନ୍ଧମାଳ, ୨୦ ଫେବୃଆରୀ(ହି.ସ.) – ଆକାଂକ୍ଷା ବ୍ଲକ ଫିରିଙ୍ଗିଆର ରତଙ୍ଗ ଓ ବୁରୁଙ୍ଗିଯୋଡ଼ି ଗ୍ରାମପଂଚାୟତର ସଭାଗୃହ ଠାରେ ବ୍ଲକ ପ୍ରଶାସନ ଓ ବ୍ଲକ ଶିକ୍ଷା ବିଭାଗ ସହଯୋଗରେ ୧୪ଟି ଗ୍ରାମପଂଚାୟତର ୪୫ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ସଂଙ୍କୁଳ ସାଧନ ସେବିଙ୍କ ସହ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ତ୍ୱରିତ ଭାବେ ଅଭିବୃଦ୍ଧି ଓ ପଂଚାୟତର ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳ ବୃଦ୍ଧି କରିବା ନେଇ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉଭୟ ପଂଚାୟତର ସରପଂଚ ଉଦ୍‌ଘାଟନ କରିବା ସହ ଅଭିଭାଷଣରେ ପଂଚାୟତ ଓ ଜନପ୍ରତିନିଧିଙ୍କ ସହ ସମନ୍ୱୟ ଓ ସହଯୋଗକୁ ଧ୍ୟାନ ଦେବାସହ ଶିକ୍ଷା କ୍ଷେତ୍ରରେ ଉଭୟ ମିଳିତ ପ୍ରଚେଷ୍ଟାରେ ବିକଶିତ ପଂଚାୟତ ଗଢିବାରେ ସହଯୋଗ ପାଇଁ ଉତ୍ସାହିତ କରିଥିଲେ। ନୀତିଆୟୋଗର ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନ ଆକାଂକ୍ଷା ଭାରତ ସହଯୋଗୀ କାର୍ଯ୍ୟକ୍ରମର ଗାନ୍ଧୀ ଫେଲୋ ପାୟଲ ଓ ତନଭି ପ୍ରଶିକ୍ଷଣ ମାଧ୍ୟମରେ ୫୫ଜଣ ଅଂଶଗ୍ରହଣକାରୀଙ୍କୁ ପଂଚାୟତ ସ୍ତରୀୟ ସହଯୋଗୀ ଓ ସମନ୍ୱୟ ଦଳର ସହଯୋଗରେ ଛାତ୍ରଛାତ୍ରୀଙ୍କ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ତ୍ୱରିତ ଭାବେ ଅଭିବୃଦ୍ଧି ଓ ପଂଚାୟତର ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳ ବୃଦ୍ଧି କରିବା ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ପିରାମଲ ଫାଉଣ୍ଡେସନର ପ୍ରତିନିଧି ଅଶ୍ୱିନୀ ପାରତେତି,ଭବାନୀ, ବିଭୁତି ଏବଂ ବ୍ଲକ ଆକାଂକ୍ଷା ଫେଲୋ ନରବେତ୍ ଦିଗାଳ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande