କୋରେଇ, ୨୦ ଫେବ୍ରୁଆରି (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପଥରପଦା ଓ ଥାନା ମଧ୍ୟ ମଝିରେ ବୁଧବାର ବିଳମ୍ବିତ ରାତ୍ରୀରେ ବାଇକ ସହ ସାଇକେଲ ଆରୋହୀର ସାମ୍ନାସାମ୍ନି ଧକ୍କା ହୋଇଥିଲା । ଫଳରେ ଦୁଇ ଆରୋହୀ ଗୁରୁତର ଆହତ ହୋଇ ଚିକତ୍ସିତ ହେଉଛନ୍ତି । ପ୍ରକାଶଯେ ୧୬ ନମ୍ବର ଜାତୀୟ ରାଜପଥରେ ସଠିପୁର ପଟୁ ଏକ ବାଇକରେ ଦିଲ୍ଲୀପ ସାମଲ ପାଣିକୋଇଲି ଆସୁଥିଲେ । ରାତି ଅନ୍ଧାରରେ ହଠାତ ପାଣିକୋଇଲି ପଟୁ ଏକ ସାଇକେଲରେ ମାଳଆନ୍ଦପୁର ପଂଚାୟତ ନୁରୁଂଗା ଗ୍ରାମର ହୃଷିକଶ ସାହୁ ଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ସେଠାରେ ପହଂଚି ହୃଷିକେଶକୁ ପ୍ରଥମେ ପାଣିକୋଇଲିର ଏକ ଘରୋଇ ଚିକିତ୍ସାଳୟରେ ଭର୍ତି କରି ପ୍ରାଥମିକ ଚିକତ୍ସା କରାଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ତାଙ୍କ ଅବସ୍ଥା ଦେଖି ଭୁବନେଶ୍ୱର ଏମମ୍ସକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଆହତ ଦିଲ୍ଲୀପ ସାମଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକତ୍ସାଳୟକୁ ପଠାଯାଇଥିବା ବେଳେ ଅସ୍ତ୍ରୋପଚାର ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳେ ପାଣିକୋଇଲି ପୁଲିସ ପହଂଚି ବାଇକଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ