ମାହାଙ୍ଗା ବିଧାୟକ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦିକୁ ଦୃଢ ନିନ୍ଦା: ବିଜେଡି
-ଧାରଣାରେ ୩୪ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ବ୍ଲକ ଅଧ୍ୟକ୍ଷା -ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପହଞ୍ଚି ଆଲୋଚନା କଲେ -ଜିଲ୍ଲା ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ୧୦ ଦିନ ପାଇଁ ଧାରଣା ସ୍ଥଗିତ ଭୁବନେଶ୍ଵର 20 ଫେବ୍ରୁଆରି (ହି.ସ.)ବିଜେପି ସରକାର ଆସିବା ପରଠୁ ବିକାଶମୂଳକ କାର୍ଯ୍ୟ ବନ୍
ମାହାଙ୍ଗା ବିଧାୟକ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦିକୁ ଦୃଢ ନିନ୍ଦା: ବିଜେଡି


-ଧାରଣାରେ ୩୪ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ବ୍ଲକ ଅଧ୍ୟକ୍ଷା

-ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପହଞ୍ଚି ଆଲୋଚନା କଲେ

-ଜିଲ୍ଲା ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ୧୦ ଦିନ ପାଇଁ ଧାରଣା ସ୍ଥଗିତ

ଭୁବନେଶ୍ଵର 20 ଫେବ୍ରୁଆରି (ହି.ସ.)ବିଜେପି ସରକାର ଆସିବା ପରଠୁ ବିକାଶମୂଳକ କାର୍ଯ୍ୟ ବନ୍ଦ ପ୍ରତିବାଦରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଦୁଇ ଦିନ ଧରି ନିର୍ବାଚିତ ପ୍ରତିନିଧିମାନେ ଧାରଣାରେ ବସିଥିଲେ । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ଆଜି ଦଳ ତରଫରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମାହାଙ୍ଗା ବ୍ଲକ ଅଫିସ ଗସ୍ତ କରି ଧାରଣାରେ ବସିଥିବା ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ତଥା ୩୪ ପଞ୍ଚାୟତ ସରପଞ୍ଚ ଓ ସମିତିସଭ୍ୟଙ୍କ ସହ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ଡ. ଅରୁଣ ସାହୁ, ଶ୍ରୀ ସଂଜୟ ଦାସବର୍ମା, ବିଧାୟକ ଶ୍ରୀ ଧ୍ରୁବ ସାହୁ, ଶ୍ରୀ ପ୍ରଶାନ୍ତ ବେହେରା ଓ ଶ୍ରୀ ଦେବୀ ରଂଜନ ତ୍ରିପାଠୀ ପ୍ରମୁଖ ରହିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଗତ ୮ ମାସ ଧରି କୌଣସି ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନାହିଁ ଏବଂ ଉଦେ୍ଦଶ୍ୟମୂଳକ ଭାବେ ସଂପୂର୍ଣ୍ଣ ହୋଇଥିବା ପୁରୁଣା କାର୍ଯ୍ୟର ବିଲ୍ କରାଯାଉନାହିଁ । ଏ ସଂପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଦୁଇ ଦିନ ଧରି ୩୪ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ବ୍ଲକ ପରିସରରେ ଧାରଣାରେ ବସିଥିଲା ବେଳେ ସ୍ୱାଧୀନ ବିଧାୟକଙ୍କ ସମର୍ଥକମାନେ ଆସି ମହିଳା ପ୍ରତିନିଧିଙ୍କୁ ଅଶ୍ଳୀଳ ଇଂଗିତ କରିବା ସହ ଧାରଣା ସ୍ଥଳରେ ଗଣ୍ଡଗୋଳ ଘଟାଇଥିଲେ । ପରିସ୍ଥିତି ଏଭଳି ଉପୁଜିଥିଲା ଯେ, ସେମାନଙ୍କ ଆକ୍ରମଣରେ ଘଟଣାସ୍ଥଳରେ କାର୍ଯ୍ୟରତ ପୋଲିସ ଏସ୍ଡିପିଓଙ୍କ ନାକରୁ ରକ୍ତ ବାହାରିଥିବା ଦେଖିବାକୁ ମିଳିଥିଲା ।

ବିଜେଡି ତରଫରୁ ଆଜି ଏକ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଆନେ୍ଦାଳନ ସ୍ଥଳରେ ପହଞ୍ଚି ସମସ୍ତ ଆନେ୍ଦାଳନରତ ପ୍ରତିନିଧିଙ୍କ ସହ ଆଲୋଚନା କଲା ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲା ପରିଷଦର ସିଡିଓଙ୍କ ଲିଖିତ ପ୍ରତିଶ୍ରୁତି ପରେ ଆନେ୍ଦାଳନକୁ ୧୦ ଦିନ ପାଇଁ ସ୍ଥଗିତ ରଖାଯାଇଛି ।

ବ୍ଲକର ବିକାଶମୂଳକ କାର୍ଯ୍ୟକୁ ଉଦେ୍ଦଶ୍ୟମୂଳକ ଭାବେ ବନ୍ଦ କରି ସ୍ୱାଧୀନ ବିଧାୟକଙ୍କ ସମର୍ଥକମାନଙ୍କର ଏଭଳି ଗୁଣ୍ଡାଗର୍ଦ୍ଦିକୁ ବିଜେଡି ନିନ୍ଦା କରିଛି । ଜିଲ୍ଲା ପ୍ରଶାସନ ଅତିଶୀଘ୍ର ଏଥିରେ ହସ୍ତକ୍ଷେପ କରି ବ୍ଲକରେ ଉପୁଜିଥିବା ସ୍ଥିତାବସ୍ଥାକୁ ଦୂର କରନ୍ତୁ ନଚେତ ଆଗାମୀ ଦିନରେ ବିଜେଡି ଦୃଢ ଆନେ୍ଦାଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କହିଥିଲେ । ଏହି ଅବସରରେ ବିଜେଡିର ବରିଷ୍ଠ ଗଣମାଧ୍ୟମ ସଂଯୋଜକ ତଥା ପୂର୍ବତନ ମନ୍ତ୍ରୀ ଓ ମାହାଙ୍ଗାର ପୂର୍ବତନ ବିଧାୟକ ଶ୍ରୀ ପ୍ରତାପ ଜେନା ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande