ଜୟପୁର, ୨୦ ଫେବୃଆରୀ (ହି.ସ.)-
ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ କମର୍ସ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ଅଧୀନରେ ବିଜନେସ୍ ମ୍ୟାନେଜମେଣ୍ଟ ବିଭାଗ ସଫଳତାର ସହ ଏକ ପ୍ଲେସମେଣ୍ଟ ଅଭିଯାନର ଆୟୋଜନ କରିଥିଲା ଯାହା ଏମବିଏ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ ଏବଂ ଆକର୍ଷଣୀୟ କ୍ୟାରିୟର ସୁଯୋଗ ସୁରକ୍ଷିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ପ୍ରଦାନ କରିଥିଲା । ୨୦୨୫ ଫେବ୍ରୁଆରି ୪ ତାରିଖରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କମ୍ପାନି ଟ୍ରେଡ୍-ଭିଜର୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିଦର୍ଶନ କରିଥିଲା, ଯେଉଁଥିରେ ଏଚଆର, ଫାଇନାନ୍ସ, ମାର୍କେଟିଂ ଏବଂ ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳାରେ ମିଯୁକ୍ତି ସୁଯୋଗ ନେବାକୁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଉତ୍ସାହଜନକ ଅଂଶଗ୍ରହଣ କରିଥିଲେ।
ଏହି ପ୍ଲେସମେନ୍ଟ ଡ୍ରାଇଭ ରେ ମୋଟ ୧୯ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରି କଠୋର ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ। ଏଥିପାଇଁ ପ୍ରୋଜେକ୍ଟ ମ୍ୟାନେଜର ଭାବେ ଲିପିନା ବାରିକ, ଭି ହନିଷା, ଏମ୍ ସ୍ୱାତୀ ପଟ୍ଟନାୟକ ଓ ସୁଦୀପ ମାନ୍ନାଙ୍କୁ କମ୍ପ୍ଲାଏନ୍ସ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ମିଳିଥିଲା। ସମସ୍ତ ୪ ଜଣ ପ୍ରାର୍ଥୀ ସେମାନଙ୍କ ଅଫର ଲେଟର ପାଇଛନ୍ତି ଏବଂ ଟ୍ରେଡ୍-ଭିଜର୍ ଯୋଗ ଦେବା ପାଇଁ ସେମାନଙ୍କର ପ୍ରତିଶ୍ରୁତିକୁ ପ୍ରଦାନ କରିଛନ୍ତି।
ପଦ୍ମ ଚରଣ ମିଶ୍ର (ବିଭାଗୀୟ ମୁଖ୍ୟ) ଡ. ସୁବାସ ଚନ୍ଦ୍ର ପଟ୍ଟନାୟକ, ଡ. ସୀତାନାଥ ରାୟଗୁରୁ, ଡ. ପଲାଶ ବୈରାଗୀ, ଡ. ଲୁଲିଆ ନୁଖୁ, ଶ୍ରୀନିବାସ ରାଓ କେ, ନୀତିନ କେ ହୋଥାଙ୍କ ଦ୍ଵାରା ଅନୁଷ୍ଠିତ ଏହି ପ୍ଲେସମେନ୍ଟ ଡ୍ରାଇଭକୁ ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସହଯୋଗ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଏହି ସୁଯୋଗ ଦେଇଥିବାରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଟ୍ରେଡ୍-ଭିଜର୍ ଟିମ୍କୁ ଧନ୍ୟବାଦ ଦିଆଯାଇଛି। ଏହି ଅବସରରେ ଏକ ଫଟୋଗ୍ରାଫି ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମନୋନୀତ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ବାଣିଜ୍ୟ ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ।
ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କ୍ୟାମ୍ପସ ପ୍ଲେସମେଣ୍ଟ ହାସଲ କରିଥିବା ବିଜନେସ୍ ମ୍ୟାନେଜମେଣ୍ଟ ବିଭାଗର ଏମବିଏ ଛାତ୍ରଛାତ୍ରୀଙ୍କ ପ୍ରଥମ କ୍ୟାମ୍ପସ୍ ବ୍ୟାଚକୁ ଅଭିନନ୍ଦନ ଜଣାଇ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ । ସେହିପରି ବିଶ୍ୱବିଦ୍ୟାଳୟ ପ୍ଲେସମେଣ୍ଟ ସେଲ୍ ର ମୁଖ୍ୟ ଡ. ପଦ୍ମଚରଣ ମିଶ୍ର କହିଥିଲେ ଯେ ଚଳିତ ମାସ ଶେଷ ଆଡ଼କୁ ଆଉ ୩ଟି କମ୍ପାନି କ୍ୟାମ୍ପସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l
ହିନ୍ଦୁସ୍ଥାନ ସମାଚାର / ପବନ