Odisha, 20 ଫେବ୍ରୁଆରି (ହି.ସ.)ଚମ୍ପୁଆ, (୨୦/୦୨) ଚମ୍ପୁଆ ବ୍ଳକ ସଭାଗୃହ ଠାରେ ବ୍ଲକସ୍ତରୀୟ ମନରେଗା ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଚଂପୁଆ ବ୍ଲକ ଏପିଓ ସଂଗୀତା ମାଝିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ବିଡିଓ ସ୍ମୃତିରଞ୍ଜନ ସାହୁ, ଚମ୍ପୁଆ ଡେପୁଟି କଲେକ୍ଟର ଶିବବ୍ରତ ତ୍ରୀପାଠୀ, ଜିଲ୍ଲା ସାମାଜିକ ଅଡିଟ ଅଧିକାରୀ ଚନ୍ଦନ ଅମୃତାୟନ, ବିଡିଏ ଦେବିପ୍ରସାଦ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକ ସ୍ତରୀୟ ମନରେଗା କାର୍ଯ୍ୟର ସମୀକ୍ଷା ସହିତ ବିଭିନ୍ନ ଅଭିଯୋଗ ଉପରେ ବିସ୍ତୃତ ଆଲୋଚନା କରାଯିବା ସହ ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରା ଯାଇଥିଲା । ଏହି ଅବସରରେ ବ୍ଲକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ମନରେଗା ସହଯୋଗୀ ପ୍ରକାଶ ସାହୁ, ଲଳିତେନ୍ଦୁ ପ୍ରଧାନ, ଶାନ୍ତନୁ ବାରିକ ଓ ଜନସାଧାରଣ ଉପସ୍ଥିତ ରହି ଜନଶୁଣାଣୀରେ ଅଂଶଗ୍ରହଣ କରିଥିଲେ । ସିପି ନିଗମାନନ୍ଦ ଶତପଥୀ ଓ ଏସିପି ଗଜାଲା ସୁଲତାନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta