ସମ୍ବଲପୁର, ୨୦ ଫେବୃଆରୀ(ହି.ସ.) – ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୪ ଜଣ ଉଚ୍ଚାଙ୍କାକ୍ଷୀ ଚିତ୍ରଶିଳ୍ପୀଙ୍କୁ ନେଇ ଚିତ୍ରକଳା ପ୍ରଦର୍ଶନୀ 'ଐକ୍ୟମ୍' ଆଜି ମହାସମାରୋହରେ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ଗୌରୀଶଙ୍କର ସାହାଣୀ ପାର୍କ ସ୍ଥିତ ଓଡ଼ିଶା ଲଳିତ କଳା ଏକାଡେମୀ ଆଂଚଳିକ ଆର୍ଟ ଗ୍ୟାଲେରୀ ପରିସରରେ 'ଐକ୍ୟମ୍ 'ର ସଂଯୋଜକ କେଦାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଇଶ୍ୱର ଚନ୍ଦ୍ର ନାୟକ, ବରିଷ୍ଠ ଚିତ୍ରଶିଳ୍ପୀ ଭୋଳାନାଥ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ରୋଜାଲିନ ତିର୍କି , ବରିଷ୍ଠ କବି ପ୍ରଦୀପ କୁମାର ପଣ୍ଡା ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଭୀମଭୋଇ ଚେୟାରର ପ୍ରଫେସର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପ୍ରଦର୍ଶନୀରେ କେଦାର ନାୟକଙ୍କ ସମେତ ହୃଷୀକେଶ ରଣା, ଏମ. ସାଇ ଜନାର୍ଦ୍ଦନ ଆଚାର୍ଯ୍ୟ, ପ୍ରେମ ଚାନ୍ଦ ରାଉତ୍, ପ୍ରଭୁ ଦୟାଲ୍ ତିର୍କି, ପି. ବି. ଗଣେଶ, ଶାନ୍ତନୁ କୁମାର ମେହେର, ବୃନ୍ଦାବନ ବିଶି, ସତ୍ୟନାରାୟଣ ମେହେର, ବୀରେନ୍ଦ୍ର ବି. ସିଂ , ଗଣେଶ ପ୍ରସାଦ ସିଂ, ସମରେନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ମେହେର, ପପ୍ପୁ କୁମାର ନାୟକ, ସୁରେଶ କୁମାର ସାହୁ, ଡି. ଶିବା ଆଚାରୀ, ବିକାଶ ଘୋଷ, ଶୁଭମ୍ ସାହୁ, ଅଂଶୁମାନ ପଣ୍ଡା, ରାହୁଲ୍ ମହାକୁଡ, ଲିଙ୍କନ ନାୟକ, ସୁଶାନ୍ତ ମେହେର, ବିଦ୍ୟାପତି ପଧାନ ଏବଂ ସରୋଜ ରଣାଙ୍କ ଚିତାକର୍ଷକ ଚିତ୍ରକୃତୀ ସ୍ଥାନ ପାଇଛି। ଏହି ପ୍ରଦର୍ଶନୀ ଆଗାମୀ ୨୨ ତାରିଖ ପର୍ଯ୍ୟନ୍ତ କଳାପ୍ରେମୀ ତଥା ଦର୍ଶକ ମାନଙ୍କ ପାଇଁ ପୂର୍ବାହ୍ନ ୧୧ ଟା ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି ଆୟୋଜକ କମିଟି ପକ୍ଷରୁ ଜଣାଯାଇଛି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ