ଦୁଇ ମାସ ହେଲା ଦରମା ମିଳିନି, ଅର୍ଥାଭାବ କାଳ ହେଲା, ମୂଲ ଲାଗିଯିବାକୁ ଛୁଟି ଦରଖାସ୍ତ ଦେଲେ ଶିକ୍ଷକ
ବଲାଙ୍ଗିର, ୨୦ ଫେବୃଆରୀ (ହି.ସ.)- ଦୁଇ ମାସ ବିତିବାକୁ ବସିଲାଣି। ଏଲଟମେଣ୍ଟ ନାହିଁ ବୋଲି ଦରମା ହୋଇପାରୁନି। ସାରା ରାଜ୍ୟରେ ୨୨୦୦୦ ଏକ୍ସ୍ କେଡର ଶିକ୍ଷକ ଏଥିଯୋଗୁଁ ହଇରାଣ ହେଉଛନ୍ତି। ଏପରିକି ଦୁଇମାସ ବିତିବା ପରେ ବି ଦରମା ନମିଳିବାରୁ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ବାନ୍ଧନବାହାଲର ଜଣେ ଶିକ୍ଷକ
ଦୁଇ ମାସ ହେଲା ଦରମା ମିଳିନି। ଅର୍ଥାଭାବ କାଳ ହେଲା  ମୂଲ ଲାଗିଯିବାକୁ ଛୁଟି ଦରଖାସ୍ତ ଦେଲେ ଶିକ୍ଷକ।


ବଲାଙ୍ଗିର, ୨୦ ଫେବୃଆରୀ (ହି.ସ.)-

ଦୁଇ ମାସ ବିତିବାକୁ ବସିଲାଣି। ଏଲଟମେଣ୍ଟ ନାହିଁ ବୋଲି ଦରମା ହୋଇପାରୁନି। ସାରା ରାଜ୍ୟରେ ୨୨୦୦୦ ଏକ୍ସ୍ କେଡର ଶିକ୍ଷକ ଏଥିଯୋଗୁଁ ହଇରାଣ ହେଉଛନ୍ତି। ଏପରିକି ଦୁଇମାସ ବିତିବା ପରେ ବି ଦରମା ନମିଳିବାରୁ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ବାନ୍ଧନବାହାଲର ଜଣେ ଶିକ୍ଷକ ମଜୁରୀ କାମ କରିଯିବାକୁ ପ୍ରଧାନଶିକ୍ଷକଙ୍କୁ ଲେଖିଛନ୍ତି ଛୁଟି ଦରଖାସ୍ତ। ପ୍ରଧାନଶିକ୍ଷକ ବି ଛୁଟିକୁ ମଞ୍ଜୁର କରି ତାଙ୍କୁ ମୂଲ ଲାଗିବାକୁ ଯିବାକୁ ଅନୁମତି ଦେଇଛନ୍ତି। ଏହି ଘଟଣାଟି ଆମକୁ ଅନେକ କିଛି ଭାବିବାକୁ ବାଧ୍ୟ କରିଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ଭଳି ଗୁରୁଦାୟିତ୍ୱ ମୁଣ୍ଡାଉଥିବା ଜଣେ ଶିକ୍ଷକ ଯଦି ଆଜି ଅର୍ଥାଭାବ ଯୋଗୁଁ ମୂଲ ଲାଗିବାକୁ ଯିବେ, ତେବେ ନିଜକୁ ଜଣେ ଶିକ୍ଷକ ଭାବେ ପରିଚୟ ଦେଉଥିବା ଆଦରଣୀୟ ମୁଖ୍ୟମନ୍ତ୍ରୀ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବା ବିଧେୟ। ଦୁଇଦିନ ତଳେ ରାଜ୍ୟ ବଜେଟ ପାସ ହୋଇଛି। ରାଜ୍ୟର ସବୁ ବର୍ଗଙ୍କୁ ଖୁସ କରିବାକୁ (ଗରିବ, ନିମ୍ନ ଓ ମଧ୍ୟବିତ୍ତ ପରିବାରକୁ ବେଶୀ ବାଧୁଥିବା ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ ବ୍ୟତୀତ) ମୋହନ ସରକାର ପ୍ରୟାସ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ତୁରନ୍ତ ପଦକ୍ଷେପ ନେଇ ରାଜ୍ୟର ଏକ୍ସ୍ କେଡର ଶିକ୍ଷକମାନଙ୍କ ଦୁଇମାସର ବକେୟା ଦରମା ତୁରନ୍ତ ପ୍ରଦାନ କରିବାକୁ ବିଭିନ୍ନ ମହଲ ରେ ଦାବୀ ହେଉଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande