ଗ୍ୟାସ ଟାଙ୍କୀ ଫାଟିଲା, ମା ବାପା ଓ ପୁଅ ଗୁରୁତର
ଭଦ୍ରକ, ୨୦ ଫେବୃୟାରୀ (ହି.ସ.) - ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ୩ ଗୁରୁତର । ଦୁଇ ବଖରା ଘର ଭସ୍ମୀଭୂତ । ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟିଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନ ଉଚ୍ଚପଦା ସ୍ଥିତ ଗୁଡିଆ ସାହି ରେ ଅଗ୍ନିକାଣ୍ଡ ଘଟିଛି । ତେବେ ବୃନ୍ଦାବନ ସାହୁ ଙ୍କ ଘରେ ରୋଷେଇ
GAS TANKI FATI BAPA, MAA, PUA GURUTARA


ଭଦ୍ରକ, ୨୦ ଫେବୃୟାରୀ (ହି.ସ.) - ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ୩ ଗୁରୁତର । ଦୁଇ ବଖରା ଘର ଭସ୍ମୀଭୂତ । ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟିଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନ ଉଚ୍ଚପଦା ସ୍ଥିତ ଗୁଡିଆ ସାହି ରେ ଅଗ୍ନିକାଣ୍ଡ ଘଟିଛି । ତେବେ ବୃନ୍ଦାବନ ସାହୁ ଙ୍କ ଘରେ ରୋଷେଇ ବେଳେ ଘର ର ଗ୍ୟାସ ଟାଙ୍କି ପ୍ରଥମେ ଲିକ ହୋଇଥିଲା ପରେ ପରେ ଗ୍ୟାସ ଟାଙ୍କି ଟି ଫାଟି ଯାଇଥିବା ସୂଚନା ମିଳିଛି । ପରେ ଘରେ ନିଆଁ ଲାଗି ଯାଇଥିଲା । ବୃନ୍ଦାବନ ସାହୁ ତାଙ୍କ ସ୍ତ୍ରୀ ବାସନ୍ତୀ ଓ ପୁଅ ଦୀପକ ଗୁରୁତର ହୋଇଛନ୍ତି । ତାଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲ ରେ ଭର୍ତି କରାଯାଇଛି ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande