ଜୟପୁର, ୨୦ ଫେବ୍ରୁଆରି (ହି.ସ.) - ଆଜି ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଚଳିତ ବର୍ଷ ଜୟପୁର ସହରରେ ପ୍ରଶ୍ନପତ୍ର ଏବଂ ଉତରଖାତା ସୁରକ୍ଷିତ ରଖିବା ପାଇଁ ବାଳିକା ଉଚ୍ଚବିଦ୍ୟାଳୟରେ ନୋଡାଲ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ସ୍ଥାନୀୟ ଆଂଚଳିକ ବୋର୍ଡ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ ୧୬ ହଜାର ୨୧୮ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ବେଳେ ସେମାନଙ୍କ ମଧ୍ୟରୁ ରେଗୁଲାର ୧୬ ହଜାର ୧୩୭, ଏକ୍ସ ରେଗୁଲାରରେ ୬୭ ଏବଂ୧୫ଜଣ ମଧ୍ୟମା ପାଠ୍ୟକ୍ରମରେ ପରୀକ୍ଷା ଦେବେ। ଜୟପୁର ନୋଡାଲ ସେଂଟରର ଅଧିନରେ ୬ ଟି ସେଂଟରରେ ମୋଟ ୧୨୪୪ ରେଗୁଲାର ଛାତ୍ରଛାତ୍ରୀ ପରିକ୍ଷା ଦେବାକୁ ଥିବା ବେଳେ ୧୦ଜଣ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ପରିକ୍ଷା ଦେବେ। ସରକାରୀ ଉଚ୍ଚବିଦ୍ୟାଳୟରେ ୩୨୬ ଜଣ ପରିକ୍ଷାର୍ଥୀ ପରିକ୍ଷା ଦେବାକୁ ଥିବା ବେଳେ ସେଥି ମଧ୍ୟରୁ ୪ଜଣ ଏକ୍ସ ରେଗୁଲାର ପରୀକ୍ଷା ଦେବେ। ସେହିପରି ବାଳିକା ଉଚ୍ଚବିଦ୍ୟାଳୟରେ ୨୬୫ ଜଣ ପରିକ୍ଷାର୍ଥୀ, ପୌର ବାଳିକା ବିଦ୍ୟାଳୟରେ ୧୫୨ ରେଗୁଲାର ଓ ଜଣେ ଏକ୍ସ ରେଗୁଲାର, ସିଟି ବାଳିକା ବିଦ୍ୟାଳୟରେ ୧୫୫ ଜଣ ରେଗୁଲାର ଓ ଜଣେ ଏକ୍ସ ରେଗୁଲାର, ବାରିଣିପୁଟ ଉଚ୍ଚବିଦ୍ୟାଳୟରେ ୧୯୫ ଜଣ ରେଗୁଲାର ଓ ୪ଜଣ ଏକ୍ସ ରେଗୁଲାର, ଜେଇଏଲସି ଉଚ୍ଚବିଦ୍ୟାଳୟରେ ୧୫୧ ରେଗୁଲାର ଛାତ୍ରଛାତ୍ରୀ ପରିକ୍ଷା ଦେବେ। ସେହିପରି ଆମ୍ବାଗୁଡା ଉଚ୍ଚବିଦ୍ୟାଳୟରେ ୨୩୬ଜଣ ରେଗୁଲାର, ହରଡାପୁଟ ଠାରେ ୨୬୮ ଜଣ ରେଗୁଲାର ଓ ଜଣେ ଏକ୍ସ ରେଗୁଲାର, ଫାମ୍ପୁଣୀ ରେ ୧୯୪ ଜଣ ରେଗୁଲାର ପିଲା ପରୀକ୍ଷା ଦେବେ। ସେହିପରି ମୁକ୍ତ ବିଦ୍ୟାଳୟ ରେ ୧୫ ଜଣ ପରୀକ୍ଷାର୍ଥୀ ପରିକ୍ଷା ଦେବେ।
ଗତକାଲି କଟକ ବୋର୍ଡ ଅଫିସରୁ ପ୍ରଶ୍ନପତ୍ର ଓ ଉତରପତ୍ର ଗାଡି ମାଧ୍ୟମରେ ବାହାରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ନୋଡାଲ ସେଣ୍ଟର ମାନଙ୍କରେ ପ୍ରଦାନ କରି ଆସୁଥିବା ବେଳେ ଆଜି ତାହା ଜୟପୁର ସହରର ବାଳିକା ଉଚ୍ଚବିଦ୍ୟାଳୟ ନୋଡାଲ ସେଂଟରରେ ପହଁଚିଛି। ଆଗାମୀ ୨୧ ତାରିଖ ଦିନ ମାଟ୍ରିକ ପରିକ୍ଷା ଆରମ୍ଭ ହେଉଥିବା ବେଳେ ସୁରକ୍ଷା ବଳୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ପ୍ରଶ୍ନପତ୍ର ନିଆଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ କୋରାପୁଟ ଜୋନ ଅଧିକାରୀ ଶଙ୍କର ନାୟକ ସୂଚନା ଦେଇଛନ୍ତି। ପ୍ରଶ୍ନପତ୍ର ଓ ଉତର ଖାତା ଷ୍ଟ୍ରଙ୍ଗ ରୁମରେ ରଖିବା ପରେ ତାହାକୁ ସିଲ କରାଯାଇ ୨ଜଣ କନଷ୍ଟେବଲଙ୍କୁ ସ୍କୁଲ ରେ ମୁତୟନ କରାଯାଇଛି ।
ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ପ୍ରଶ୍ନପତ୍ରରେ କ୍ୟୁଆର କୋଡ ବ୍ୟବସ୍ଥା କରାଯାଇଛି। ସମସ୍ତ ପ୍ରମୁଖ ବିଷୟର ପ୍ରଶ୍ନପତ୍ରରେ ଏହି ବନ୍ଦୋବସ୍ତ ହୋଇଥିବା ବେଳେ ପ୍ରଶ୍ନପତ୍ରର ସବୁ ପୃଷ୍ଠାରେ ଏପରିକି ପ୍ରତି ପ୍ରଶ୍ନରେ ଏହି କ୍ୟୁଆର କୋଡ ରହିଛି। ଯଦି କୌଣସି ବ୍ୟକ୍ତି ମୋବାଇଲ ବା ଅନ୍ୟ କେ?ଣସି ଉପକରଣ ସହାୟତରେ ପ୍ରଶ୍ନପତ୍ର ଫୋଟ ଉତୋଳନ କରି ଭାଇରାଲ କରିବାକୁ ଉଦ୍ୟମ କରନ୍ତି, ତେବେ ଏହା କେଉଁ ସେଣ୍ଟରରୁ ଆଉ କେଉଁ ପରୀକ୍ଷା ପ୍ରକୋଷ୍ଠରୁ ଭାଇରାଲ କରାଯାଇଛି, ତାହା ସହଜରେ ଜାଣି ହେବ। ପ୍ରଶ୍ନପତ୍ରଟି ଏଭଳି ପ୍ରସ୍ତୁତି ହୋଇଛି ଯେ କ୍ୟୁଆର କୋଡକୁ ଲିଭାଇବାକୁ ଚେଷ୍ଟାକଲେ ପ୍ରଶ୍ନ ଲିଭିଯିବା ବୋର୍ଡ ପକ୍ଷରୁ ପ୍ରଥମ ଥର ପାଇଁ ପ୍ରଶ୍ନପତ୍ରରେ ଏଭି ସୁରକ୍ଷା ବ୍ୟବସ୍ଥା ହୋଇଛି। ଏହା ବ୍ୟତୀତ ସମସ୍ତ ପରୀକ୍ଷା କେନ୍ଦ୍ର ସମେତ ନୋଡାଲ ସେଣ୍ଟରରେ ସିସି କ୍ୟାମେରା ଖଞ୍ଜାଯିବ। ଅଧିକାପ୍ସଶ ପରୀକ୍ଷା କେନ୍ଦ୍ରରେ ସିସି କ୍ୟମେରା ରହିଥିବା ବେଳେ ଯେଉଁ କିଛି କେନ୍ଦ୍ରରେ ନାହିଁ ଆସନ୍ତା ୧୮ ତାରିଖ ମଧ୍ୟରେ ସିସି କ୍ୟାମେରା ଲାଗିବା ବ୍ୟବସ୍ଥା କରାଯିବ। ସମସ୍ତ ପରୀକ୍ଷା କେନ୍ଦ୍ରରେ ଚାଲୁଥିବା ଗତିବିଧିକୁ ବୋର୍ଡ କର୍ତୃପକ୍ଷ ମୁଖ୍ୟ କାର୍ଯ୍ୟାଳୟରେ ଖୋଲିଥିବା ଅସ୍ଥାୟୀ କଂଟ୍ରୋଲ ରୁମରେ ବସି ଜାଣି ପାରିବେ।
ସକାଳ ସାଢେ ୭ଟାରେ ପରୀକ୍ଷା କେନ୍ଦ୍ର ଗେଟ ଖୋଲାଯିବ ଓ ସକାଳ ସାଢେ ୮ଟାରେ ପରୀକ୍ଷା କେନ୍ଦ୍ର ଗେଟ ବନ୍ଦ କରାଯିବ। ଏହାରି ମଧ୍ୟରେ ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ପ୍ରବେଶ କରିବେ। ନୋଡାଲ ସେଂଟରରୁ କଡା ସୁରକ୍ଷାବଳୟ ମଧ୍ୟରେ ପ୍ରଶ୍ନପତ୍ର ସ୍ଥାନାନ୍ତର କରାଯାଇ ସକାଳ ୮ଟା ମଧ୍ୟରେ କେନ୍ଦ୍ରରେ ପହଂଚିବ। ମାଟ୍ରିକ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ମିନିଟରେ ସରିବ। କେବଳ ଗଣିତ ପାଇଁ ଅତିରିକ୍ତ ୧୫ ମିନିଟ ମିଲିବ। ଗଣିତ ପରୀକ୍ଷା ୧୧ଟା ୪୫ ମିନିଟରେ ସରିବ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପବନ