ଜମି ପଟ୍ଟା ଜାଲିଆତି କରି ଋଣ ଉଠାଣ, ଥାନାରେ ମାମଲା
କୋରେଇ, ୨୦ ଫେବ୍ରୁଆରି (ହି.ସ.) - ସାନଭାଇର ଜମିକୁ ତାଙ୍କ ଅଜାଣତରେ ବଡଭାଇ ପାଣିକୋଇଲି ପ୍ରାଥମିକ କୃଷି ସମବାୟ ସମିତିରୁ ବନ୍ଧକ ଦେଇ ଋଣ କରିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ପ୍ରକାଶଯେ ପଥରପଦା ପଂଚାୟତ ଅନ୍ତର୍ଗତ ତାଜପୁର ଗ୍ରାମର ସନାତନ ବେହରାଙ୍କ ବଡଭଇ କୃଷ୍ଣ ଚନ୍ଦ୍ର ବେହେରା
ଜମି ପଟ୍ଟା ଜାଲିଆତି କରି ଋଣ ଉଠାଣ, ଥାନାରେ ମାମଲା


କୋରେଇ, ୨୦ ଫେବ୍ରୁଆରି (ହି.ସ.) - ସାନଭାଇର ଜମିକୁ ତାଙ୍କ ଅଜାଣତରେ ବଡଭାଇ ପାଣିକୋଇଲି ପ୍ରାଥମିକ କୃଷି ସମବାୟ ସମିତିରୁ ବନ୍ଧକ ଦେଇ ଋଣ କରିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ପ୍ରକାଶଯେ ପଥରପଦା ପଂଚାୟତ ଅନ୍ତର୍ଗତ ତାଜପୁର ଗ୍ରାମର ସନାତନ ବେହରାଙ୍କ ବଡଭଇ କୃଷ୍ଣ ଚନ୍ଦ୍ର ବେହେରା ସନାତନଙ୍କ ଜମି ବନ୍ଧକ ଦେଇ ସମବାୟ ସମିତିରୁ ଋଣ କରିଥିବାର ଅଭିଯୋଗ ହୋଇଛି । ସନାତନ ତାଙ୍କ ଜମିର ଇସି ବାହାର କରିବାରୁ ଜଣାପଡିଲାଯେ ତାଙ୍କ ଜମି ବନ୍ଧକ ପଡିଛି । ସେ ବନ୍ଧକ ଦେଇନଥିବାରୁ କିଏ ବନ୍ଧକ ଦେଲାବୋଲି ଖୋଳତାଡ କରିଥିଲେ । ପରେ ଜଣାପଡିଲା ଯେ ତାଙ୍କ ବଡଭାଇ କୃଷ୍ଣ ଚନ୍ଦ୍ର ପାଣିକୋଇଲି ସେବା ସମବାୟ ସମିତି ଜରିଆରେ ଉକ୍ତ ଜମିକୁ ବନ୍ଧକ ଦେଇ ଋଣ କରିଛନ୍ତି । ଫଳରେ ସନାତନ ଥାନାର ଦ୍ୱାରାସ୍ଥ ହୋଇଥିଲେ । ଏନେଇ ପାଣିକୋଇଲି ପୁଲିସ ତଦନ୍ତ କରି ସମବାୟ ସମିତିର ସମ୍ପାଦକ ସୁଦର୍ଶନ ପରିଡାଙ୍କୁ ଡାକି ଜମି କେମିତି ବନ୍ଧକ ପଡିଲା ବୋଲି ପ୍ରଶ୍ନ କରିଥିଲେ । ଦୁଇଭାଇଙ୍କ ବଂଟନ ପତ୍ର ଅନୁଯାୟୀ ଉକ୍ତ ଜମି ସନାତନଙ୍କ ନାମରେ ଥାଇ଼ ମଧ୍ୟ କୃଷ୍ଣ ଚନ୍ଦ୍ରଙ୍କ ଭାଗରେ ପଡିଥିବାରୁ ଏହାକୁ ବନ୍ଧକ ଦିଆଯାଇଥିଲା ବୋଲି ସମ୍ପାଦକ କହିଥିଲେ । ଉକ୍ତ ଋଣକୁ ତୁରନ୍ତ ସୁଝିବାକୁ ପୁଲିସ ନିର୍ଦ୍ଦେଶ ଦେବା ସହ ଜମି କାହାର ସେ ସର୍ମ୍ପକରେ ଅଦାଲତ ନିଷ୍ପତି ନେବ ବୋଲି କହିଥିଲେ । ପରେ ସନାତନ ତାଙ୍କ ଜମିକୁ ଜାତିଆତି କରି ବନ୍ଧା ପକାଯାଇଥିବାରୁ ମାମଲା ରୁଜ୍ଜୁ ପାଇଁ ଅଡି ବସିଥିଲେ । ଫଳରେ ଏନେଇ ଏକ ମାମଲା ୩୬/୨୫ ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି । ଅପରପକ୍ଷେ କୃଷ୍ଣ ଚନ୍ଦ୍ର ବନ୍ଧକ ଋଣକୁ ସୁଝିଦେଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande