ଭଦ୍ରକ, ୨୦ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଂଚାୟତ ଅଧିନ ନୂଆସାହି ଗ୍ରାମରେ ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ଏହି ଉପଲକ୍ଷେ ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ଦୁଇ ଶହରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଜଳଲାଗି କରିଥିଲେ। ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଲାଗି ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଉଦ୍ଦୀପନା ଦେଖା ଦେଇଛି। ମଙ୍ଗଳବାର ଅଙ୍କୁରାରୋପଣ କରାଯାଇଥିଲା। ବୁଧବାର କଳସ ଶୋଭାଯାତ୍ରା ପରେ ଅଗ୍ନି ସ୍ଥାପନ, ଶିଖର କଳସ ସ୍ୱାନ, ଦେବତାମାନଙ୍କ ନଗର ପରିକ୍ରମା ଏବଂ ଗୁରୁବାର ରାତିରେ ପ୍ରାଣ ପ୍ରତିଷ୍ଠା କରାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରାଣ ପ୍ରତିଷ୍ଠା କରାଯିବା ପରେ ମହାଦେବଙ୍କ ନାମ କରଣ କରାଯିବ ବୋଲି ସୂଚନା ମିଳିଛି। ଦୈନିକ ଭଜନ ସମାରୋହ ସହିତ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ଆନନ୍ଦ ଉଲ୍ଲାସ ମଧ୍ୟରେ ଗ୍ରାମର ଏକ ଭକ୍ତିପୂତ ଭାବାବେଗ ସୃଷ୍ଟି ହୋଇଛି। ମୁଖ୍ୟ ପୂଜକ କୃଷ୍ଣମୋହନ ମିଶ୍ର, କର୍ତାଭାବେ ବାବାଜୀ ମଳିକ ଓ ଶାନ୍ତିଲତା ମଳିକ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଆଚାର୍ଯ୍ୟ କାଳନ୍ଦି ପାଣିଗ୍ରାହୀଙ୍କ ସମେତ ପଣ୍ଡିତ କମଳାକାନ୍ତ ମିଶ୍ର, ସରୋଜ ଦ୍ୱିବେଦୀ ଓ ସୁଶାନ୍ତ ସାଆନ୍ତ ପ୍ରମୁଖ ସମସ୍ତ ପୂଜାକାର୍ଯ୍ୟ କରୁଥିବା ଜଣାଯାଇଛି। ଗ୍ରାମ କମିଟିର ମୁଖ୍ୟ ଧନେଶ୍ୱର ମଳିକ, ଜଗବନ୍ଧୁ ମଳିକ, ସନ୍ତୋଷ ଦାସ, ପ୍ରଭାତ ମଳିକ, ବିଦ୍ୟାଧର ମଳିକ, ଅନିରୁଦ୍ଧ ମଳିକ, ନିତ୍ୟାନନ୍ଦ ଦାସ, ନାରାୟଣ ଦାସ, ଜଳନ୍ଧର ଦାସ, ଚିନ୍ତାମଣି ମଳିକ, ରମାକାନ୍ତ ଦାସ, ଅଭିମନ୍ୟୁ ମଳିକ, ମାଘ ମଳିକ ଓ ନାଗେଶ୍ୱର ମଳିକ, ଯୁବଗୋଷ୍ଠି ଦୀପକ ଦାସ, ନିତ୍ୟାନନ୍ଦ ମଳିକ, ସରୋଜ ମଳିକ ଓ ଜଗତ ମଳିଙ୍କ ସମେତ କିର୍ତନ ମଣ୍ଡଳୀ ଅଭିମନ୍ୟୁ ଦାସ, ନୃସିଂହ ଦାସ, ବୁଦ୍ଧିରାମ ଦାସ, ବଳରାମ ଦାସ, ବାବୁଲା ମଳିକ, ଦୀନବନ୍ଧୁ ମଳିକ, ବୁଲୁ ମଳିକ ପ୍ରମୁଖ ପରିଚାଳନା କରୁଥିବା ଜଣାଯାଇଛି। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ