ଏମ୍‌ସିଏଲ୍ ପକ୍ଷରୁ କନ୍ଧମାଳରେ ସ୍ୱାସ୍ଥ୍ୟ ସେବା ପାଇଁ ଅନୁଦାନ ମଞ୍ଜୁର
ସମ୍ବଲପୁର, ୨୦ ଫେବୃଆରୀ (ହି.ସ.)-ମହାନଦୀ କୋଇଲା କମ୍ପାନୀ - ଏମ୍‌ସିଏଲ୍ ପକ୍ଷରୁ କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଆରୋଗ୍ୟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଜିଲ୍ଲାରେ ରକ୍ତଶିକୁଳ ଓ ଯକ୍ଷ୍ମାର ମୁକାବିଲା ପାଇଁ ଏହି ପ୍ରକଳ୍ପ କମ୍ପାନୀର ସିଏସ୍‌ଆର୍ ଜରିଆରେ କାର୍ଯ୍ୟକ୍ଷମ ହେବ । ଏ
ଏମ୍‌ସିଏଲ୍ ପକ୍ଷରୁ କନ୍ଧମାଳରେ ସ୍ୱାସ୍ଥ୍ୟ ସେବା ପାଇଁ ଅନୁଦାନ ମଞ୍ଜୁର


ସମ୍ବଲପୁର, ୨୦ ଫେବୃଆରୀ (ହି.ସ.)-ମହାନଦୀ କୋଇଲା କମ୍ପାନୀ - ଏମ୍‌ସିଏଲ୍ ପକ୍ଷରୁ କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଆରୋଗ୍ୟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଜିଲ୍ଲାରେ ରକ୍ତଶିକୁଳ ଓ ଯକ୍ଷ୍ମାର ମୁକାବିଲା ପାଇଁ ଏହି ପ୍ରକଳ୍ପ କମ୍ପାନୀର ସିଏସ୍‌ଆର୍ ଜରିଆରେ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ୭ କୋଟି ୨ ଲକ୍ଷ ଟଙ୍କାର ଅନୁଦାନ ଏମ୍‌ସିଏଲ୍ ମଞ୍ଜୁର କରିଛି । ପ୍ରକଳ୍ପ ସକାଶେ ଏମ୍‌ସିଏଲ୍ ପକ୍ଷରୁ ଜିଏମ୍ (ସିଏସ୍‌ଆର୍‌) ବିଚିତ୍ରାନନ୍ଦ ବେହେରା ଏବଂ କନ୍ଧମାଳ ସିଡିଏମ୍ ଏବଂ ପିଏଚ୍‌ଓ ସନ୍ତୋଷ କୁମାର ପାଢ଼ୀଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥିରେ କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲା କନ୍ଧମାଳର ଏଡିଏମ୍ ରମେଶଚନ୍ଦ୍ର ଜେନା ଏବଂ କମ୍ପାନୀର ଡେପୁଟି ମେନେଜର ଅରବିନ୍ଦ ସାହୁ ଉପସ୍ଥିତ ଥିଲେ । ବୁଝାମଣା ଅନୁଯାୟୀ, ଯକ୍ଷ୍ମାରୋଗର ସମ୍ପୂର୍ଣ୍ଣ ଚିକିତ୍ସା ଓ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରାଯିବ । ଯକ୍ଷ୍ମାରୋଗ ସମ୍ପର୍କରେ ଥିବା ଭ୍ରାନ୍ତ ଧାରଣା ଦୂର କରିବା ସହିତ ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ପାଇଁ ସଚେତନତା ସୃଷ୍ଟି କରାଯିବ । ରୋଗ ନିରୂପଣ, ପରୀକ୍ଷାଗାର ଏବଂ ଉପକରଣ, ଯାନବାହନ, ଯକ୍ଷ୍ମାରୋଗୀମାନଙ୍କୁ ୭ ହଜାର ୨ଶହ ଟଙ୍କା ଖାଦ୍ୟ ବାସ୍କେଟ ଯୋଗାଇ ଦିଆଯିବ । କମ୍ପାନୀ ପକ୍ଷରୁ କନ୍ଧମାଳରେ ୨୦ କୋଟି ଟଙ୍କା ବ୍ୟୟଅଟ୍ଟକଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande