ଗୁଲୁମି ପର୍ଯ୍ୟଟନସ୍ଥଳିକୁ ବଂଚାଇବାକୁ ନାଗରିକ କମଟିର ଦାବି
ଜୟପୁର, ୨୦ ଫେବ୍ରୁଆରି (ହି.ସ.) - କୋଟପାଡ ବ୍ଲକର ଗୁଲୁମି ପଯ୍ୟଟନ ସ୍ଥଳି କୁ ରକ୍ଷା କରିବା ପାଇ ଜୟପୁର ନାଗରିକ କମିଟି ଦାବି କରିଛି । ଏନେଇ ଜୟପୁର ସ୍ଥିତ ଏକ ହୋଟେଲରେ ସାମ୍ବାଦିକ ସମ୍ମାଳନି କରି ଦାବି କରିଛି । ଏହି ସମ୍ବାଦିକ ସମ୍ମାଳନିରେ ନାକରିକ କମିଟିର ସଭାପତି ମୀନକେତନ ଦାସ, ବୁଦ୍ଧୀଜିବି ସୁର
ଗୁଲୁମି ପାଯ୍ୟଟନସ୍ଥଳିକୁ  ବଞ୍ଚାଇବାକୁ  ନାଗରିକ କମଟିର ଦାବି


ଜୟପୁର, ୨୦ ଫେବ୍ରୁଆରି (ହି.ସ.) - କୋଟପାଡ ବ୍ଲକର ଗୁଲୁମି ପଯ୍ୟଟନ ସ୍ଥଳି କୁ ରକ୍ଷା କରିବା ପାଇ ଜୟପୁର ନାଗରିକ କମିଟି ଦାବି କରିଛି । ଏନେଇ ଜୟପୁର ସ୍ଥିତ ଏକ ହୋଟେଲରେ ସାମ୍ବାଦିକ ସମ୍ମାଳନି କରି ଦାବି କରିଛି । ଏହି ସମ୍ବାଦିକ ସମ୍ମାଳନିରେ ନାକରିକ କମିଟିର ସଭାପତି ମୀନକେତନ ଦାସ, ବୁଦ୍ଧୀଜିବି ସୁରେଷ ଦାସ, ସମାଜୀକ କର୍ମି ବସନ୍ତ ପାତ୍ର ଉପସ୍ଥିତ ରହି ସରୁକ୍ଷା କରିବାକୁ ଦାବି କରିଛନ୍ତି ।

କମିଟିର ସଭାପତି ଅଭିଯୋଗ କରିଛନ୍ତି ଯେ ଓଡିଶାର ଜଳ, ଜମି, ଜଙ୍ଗଲକୁ ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ କରିବ ଆନ୍ଧ୍ରର ଘରୋଇ କମ୍ପାନି । ଜଙ୍ଗଲ ପରିବେଶ ଅନୁମତିକୁ ଜାଲ ଦସ୍ତଖତରେ ହାତେଇ ୪ ମିଟର ବଦଳରେ ୧୨ ମିଟର ଉଚ୍ଚତାର ଡ୍ୟାମ ନିର୍ମାଣ କରୁଛନ୍ତି । ବାରମ୍ବାର ଅଭିଯୋଗ କଲେ ବି ଜଙ୍ଗଲ ବିଭାଗ, ଜଳସେଚତନ ବିଭାଗ ଚୁପ ରହୁଥିବା ନାଗରିକ କମିଟି ଅଭିଯୋଗ କରିଛି । ପାହାଡ ଖୋଲିବା ଜଙ୍ଗଲ କାଟିବା ଆଦି କାଯ୍ୟ କମ୍ପାନି କରୁଛି ।

ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପନା ହେବ, ବିଦ୍ୟୁତ ଉତ୍ପାଦନ ହେବା ସହ ସ୍ଥାନୀୟ ଯୁବକ ଯୁବତୀ ନିଯୁକ୍ତି ପାଇବେ। ଏମିତି ଅନେକ ଆଶା ନେଇ ପ୍ରକଳ୍ପ କାଯ୍ୟ ଆରମ୍ଭ ହେବା । ୨୦୦୨ ମସିହାରୁ ଆର୍ଥାତ ରାଜ୍ୟରେ ନୁତନ ବିଜେଡି ସରକାର ଶାସନ କ୍ଷମତାକୁ ଆସିବା ପରେ ରାଜ୍ୟ ସରକାରଙ୍କ ସହ ଚୁକ୍ତି କଲା ହାଇଦ୍ରାବାଦ ସ୍ଥିତ ଏକ ଘରୋଇ କମ୍ପାନୀ । ଆଜି ଯୀଏ ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପିତ ହୋଇ ପାରିଲା ନାହିଁ । ଦୀର୍ଘ ୨୨ ବର୍ଷ ପରେ ବି ଜଳ ବିଦ୍ୟୁତ ପ୍ରକଳ ସ୍ଥାପନ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି । କୋରାପୁଟ ଜିଲା କୋଟପାଡ ବ୍ଲକ ଡୁମାଯୋଡି କ୍ଷୁତ୍ର ଜଳ ବିଦ୍ୟୁତ ପ୍ରକଳ୍ପ । ବର୍ଷ ପରେ ବର୍ଷ ବିତୁଛି ହେଲେ ପ୍ରକଳ୍ପ ଶେଷ ହୋଉ ନାହିଁ । ନିକଟରେ ବହୁଛି କୋଲାବ ନଦୀର ଜଳ ଯେଉଁଠି ପଯ୍ୟଟନ ସ୍ଥଳ ଗୁଲୁମି ଳଳ ପ୍ରପାତ । ଏହି ଡ୍ୟାମ ନିର୍ମାଣ ହେବା ଦ୍ୱାରା ଧିରେ ଧିରେ ଗୁଲୁମି ଜଳ ପ୍ରପାତ ଜଳ ସଙ୍କୁଚିତ ହେଉଛି । ସେପଟେ ମାଟିବି ଧସିବାରେ ଲାଗିଛି । ଏପରିକି ପ୍ରକଳ୍ପକୁ ଯିବା ପାଇ ରାସ୍ତା ନକରିବା ଦ୍ୱାରା ଧୁଳି ଧୁସର ସାଙ୍ଗକୁ ଯାତାୟତରେ ବେସ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏ ସବୁ ସସମ୍ୟାକୁ ନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଯାଏ ଦୃଷ୍ଟି ଆକର୍ଷଣ ପରେ ବି ସୁଫଳ ମିଳୁ ନାହିଁଁ । ବିଶେଷ କରି ଏହି ଜଳ ବିଦ୍ୟୁତ ପ୍ରକଳ୍ପ ଦ୍ୱାରା ୧୨ ମେଘାଓାଟ ବିଦ୍ୟୁତ ଉତ୍ପାଦନ ହେବ । ଯେଉଁ ଥିରେ କି ହଜାର ହଜାର ଯୁବକ ଯୁବତି ନିଯୁକ୍ତି ପାଇବା ସହ ପଯ୍ୟଟନ ସ୍ଥଳିର ବିକାଶ ହେବ । କୋଟପାଡ ବ୍ଲକ ଡୁମାଯୋଡି ଠାରେ ଏହି ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ୨୦୦୨ରେ ୫୦ କୋଟି ଟଙ୍କା ବ୍ୟାୟରେ ରାଜ୍ୟ ସରକାରଙ୍କ ବିଦ୍ୟୁତ ବିଭାଗ ସହ ଚୁକ୍ତି କରିଥିଲା ହାଇଦ୍ରାବାଦର ଏକ ଘରୋଇ କମ୍ପାନୀ ଶ୍ରାବଣୀ ଏନର୍ଜୀ ପ୍ରଇବେଟ ଲିମିଟେଡ । ଯେଉଁଥିରେ କି ନଦୀ କିମ୍ବା ରିଜର୍ଭର ନକରି ପ୍ରକଳ୍ପ ନିର୍ମାଣ ହେବ । ଯାହାକି ବାର୍ଷିକ ୫୪.୨୫ ମିଲିଅନ ୟୁନିଟ ବିଦ୍ୟୁତ ଉତ୍ପାଦନ ହେବ । ଆଜକୁ ୨୨ ବର୍ଷ ହେଲା ପ୍ରକଳ୍ପ ସମ୍ପୁଣ୍ଣ ହୋଇପାରୁ ନାହିଁ । ଏହି କମ୍ପାନି ରାଜ୍ୟ ସରକାରଙ୍କକ ସହ ଯାହା ଚୁକ୍ତି କରିଛି ସେଇ ଚୁକ୍ତି କୁ ଖଲାପି କରିଥିବା ଅଭିଯୋଗ ହୋଇଛି । ଜଙ୍ଗଲ ନଷ୍ଟ ସହ ପରିବେଶ ଦୁଷିତ ହୋଇସାରିଲାଣି । ଏହା ସହ ନକଟରେ ଥିବା ଗୁଲୁମି ଜଳ ପ୍ରପାତ ଧିରେ ଧିରେ ଧ୍ୱଂସ ହେବାକୁ ବସିଲାଣି । ବ୍ୟାରେକ ମଧ୍ୟ ନିଜ ଇଛା ମୁତାବକ କରିବା ଦ୍ୱାରା ଗୁଲୁମି ଜଳ ପ୍ରବାତ ଉପରେ ବେଶ ପ୍ରଭାବ ପଡିଲାଣି । ଏନେଇ ଜୟପୁର ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟିଛି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି । ଏନେଇ ଜୟପୁର ନାଗରକି କମଟି ଡିଏଫଓ ପ୍ରତାପ ବେହେରା ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆସିଛି , ୨୧ ତାରିଖରେ ଜଙ୍ଗଲ ଓ ଜଳ ସେଚନ ବିଭାଗକ ଏକ ଟିମ ପ୍ରକଳ୍ପ ସ୍ଥାନ ଅନୁଧ୍ୟାନ କରିବା ପରେ ପଦକ୍ଷେପ ନିଆଯିବ ବୋଲି ଡିଏଫଓ ପ୍ରତାପ ବେହେରା ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande