ସୁବର୍ଣ୍ଣପୁର, ୨୦ ଫେବୃଆରୀ(ହି.ସ.) – ରାମଧୁନ କପ ସର୍ବ ଭାରତୀୟ ଫୁଟବଲ ଚାମ୍ପିୟନ ସିପ-୨୦୨୫ ଗାନ୍ଧୀ ଷ୍ଟାଡିୟମ ସୁବର୍ଣ୍ଣପୁର ଠାରେ ଆଜି ପୁଲ ବିର ପ୍ରଥମ ମ୍ୟାଚ ଝାରଖଣ୍ଡ ଉମେଶ ବ୍ରଦର୍ସ ଓ କଟକ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଅନୁଷ୍ଟିତ ହୋଇ ଯାଇଛି। ଝାରଖଣ୍ଡ ଦଳକୁ ୪-୩ ଟ୍ରାଇ ବ୍ରେକର ଗୋଲ୍ ହରାଇ କଟକ ସ୍ପୋର୍ଟସ ହଷ୍ଟେଲ ଦଳ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସେମି ଫାଇନାଲକୁ ପ୍ରବେଶ କରିଛି। ମୁଖ୍ୟଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପଧାନ ଓ ସମ୍ମାନିତ ଅତିଥି ଭାବରେ ସିଡିଏମ୍ପିଏଚ୍ ଓ ଶ୍ରୀ ପ୍ରଦୀପ କୁମାର ଗୁରୁ, ଡେପୁଟି କଲେକ୍ଟର ଶୁଭଶ୍ରୀ ରଥ ଯୋଗଦେଇ ଖେଳକୁ ଉଦଘାଟନ କରି ଖେଳାଳୀ ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। ନିମନ୍ତ୍ରିତ ଅତିଥି ଭାବରେ କଟକ ସ୍ପୋର୍ଟସ ହଷ୍ଟେଲ ଦଳର ଫ୍ରାଂଚାଇଜ୍ ସଂସ୍କାର ଏଗ୍ରୋ ପ୍ରୋପାଇଟର ଲୋକନାଥ ରଥ ଓ ଝାରଖଣ୍ଡ ଉମେଶ ବ୍ରଦର୍ସ ଦଳର ଫ୍ରାଂଚାଇଜ୍ ମହାନଦୀ ଧାରା ଡାଇରେକ୍ଟର ପ୍ଲାବନ ଶତପଥି ଭେଟରାନ ଫୁଟବଲ୍ ଖେଳାଳୀ ଗୋରେଖ ନାଥ ସାହୁ, ବିରଂଚି ମହାନ୍ତି, ଗୌରୀ ଶଙ୍କର ପଣ୍ଡା, ସମାଜସେବୀ ଗତିକୃଷ୍ଣ ମିଶ୍ର, ଜିଲ୍ଲା କ୍ରିଡ଼ା ସଂଘର ଦିଗାମ୍ବର ଶତପଥି, ଆଦିତ୍ୟ କିଶୋର ଦାନି, ବି ସତ୍ୟ ନାରାୟଣ ରାଓ, ଯୋଗଦେଇ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ଆଜିର ଖେଳକୁ ମୁଖ୍ୟ ରେଫରୀ ଭାବେ ସଞ୍ଜୀବ ସାହୁ ଖେଳ ପରିଚାଳନା କରିଥିବାବେଳେ ଫୋର୍ଥ ଅଫିସିଆଲ୍ ରାଜେଶ୍ ଥନାପତି, ପିଇଟି ଦିଲ୍ଲୀପ ରାଉତ ଓ ଦେବାଶିଷ ବାଗ ସହଯୋଗ କରିଥିଲେ। ପ୍ରବୁଦତ କୁମ୍ଭାର୍ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ୍ ଭାବେ କଟକ ସ୍ପୋର୍ଟସ ହଷ୍ଟେଲ ଦଳର ୧ ନମ୍ୱର୍ ଖେଳାଳୀ ସଞ୍ଜୟ ହେମ୍ରମଙ୍କୁ ପୁରସ୍କୃତ କରାଯାଇଛି। କ୍ଲବ୍ ସଂପାଦକ ପୀୟୂଷ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଭାକୁ ବିକାଶ ପଣ୍ଡା ସଂଯୋଜନା କରିଥିବାବେଳେ ମନୋରଞ୍ଜନ ତ୍ରୀପାଠୀ ଅତିଥି ସ୍ୱାଗତ କରି ଧନ୍ୟବାଦ୍ ଅର୍ପଣ କରିଥିଲେ। ହଜାର ଦର୍ଶକ ଖେଳକୁ ଉପଭୋଗ କରିଥିବାବେଳେ ସୁବର୍ଣ୍ଣପୁରର ସମସ୍ତ ଫୁଟବଲ ପ୍ରେମୀ ଓ ରାମଧୁନ କ୍ଲବ ମଝିପଡ଼ାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ