୫ଟି ଚୋରି ମାମଲାର ପର୍ଦାଫାଶ କଲା ଟାଉନ ପୋଲିସ, ଜଣେ ନାବାଳକ ସମେତ ୪ ଗିରଫ
ଜୟପୁର, ୨୦ ଫେବୃଆରୀ (ହି.ସ.)- ଜୟପୁର ସହରରେ ହୋଇଥିବା ୫ଟି ଚୋରି ମାମଲରା ପର୍ଦାଫାଶ କରିଛି ଜୟପୁର ଟାଉନ ପୋଲିସ । ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ଆଜି ଜୟପୁର ଏସଡିିପିଓଙ୍କ କାଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଥିଲା । ଏଥିରେ କୋରାପୁଟ ଏସପି ରୋହିତ ବର୍ମା
୫ଟି ଚୋରି ମାମଲାର ପ୍ରଦାଫାସ କରିଛି ପୋଲିସ  ଜଣେ ନାବାଳକ ସହ ୪ ଗିରଫ


୫ଟି ଚୋରି ମାମଲାର ପ୍ରଦାଫାସ କରିଛି ଟାଉନ ପୋଲିସ  ଜଣେ ନାବାଳକ ସହ ୪ ଗିରଫ


ଜୟପୁର, ୨୦ ଫେବୃଆରୀ (ହି.ସ.)-

ଜୟପୁର ସହରରେ ହୋଇଥିବା ୫ଟି ଚୋରି ମାମଲରା ପର୍ଦାଫାଶ କରିଛି ଜୟପୁର ଟାଉନ ପୋଲିସ । ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ଆଜି ଜୟପୁର ଏସଡିିପିଓଙ୍କ କାଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଥିଲା । ଏଥିରେ କୋରାପୁଟ ଏସପି ରୋହିତ ବର୍ମା ଉପସ୍ଥିତ ରହି ସୂଚନା ଦେଇଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ ହାଟପଦାର ବିଜୟ ବେନିଆ ଏଲିୟସ ରିଙ୍କୁ ବେନିଆ (୨୩), କାହ୍ନୁ ମୁଦୁଲି (୧୯), ଜି ସତ୍ୟ ନାରାୟଣ ପାତ୍ର (୨୬) । ଏବଂ ଜଣେ ନାବାଳକକୁ କାବୁ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ଏକ କଳା ରଙ୍ଗ ଆଇରନ କେସ ବକ୍ସ ଓ ଗୁରୁତ୍ୱ ପୁ୍‌ଣ୍ଣ କାଗଜପତ୍ର, ୫୦ ହଜାର ନଗଦ ଟଙ୍କା, ୨୦ ଫୁଟର ଦଉଡି, କଲର ପ୍ରିଣ୍ଟର, ଟଙ୍କା ଗଣିବା ମେସିନ, ମୋବାଇଲ ଫୋନ, ୯୨ ହଜାର ଟଙ୍କାର ଡେରିମିଲକ ଚକଲେଟ ବ୍ୟାଗ, ୩୧ଟି ସ୍ମାର୍ଟ ଓାଚ, ୨ଟି ମିକଚେର ବ୍ୟାଗ, ଗୋଟିଏ ହୋମଥିଏଟରକୁ ଜବତ କରିଛି ।

ସୂଚନା ଅନୁଯାଇ, ୧୭.୨.୨୫ ତାରିଖରେ ହଟପଦାରେ ଥିବା କମୋଲ ଇଣ୍ଟରପ୍ରାଇଜେସର ମାଲିକ ଅଭିଯୋଗ କରିଥିଲେ ଯେ, ତାଙ୍କର ଟ୍ରାକ୍ଟର ସୋରୁମରେ ଛାତ ଭାଙ୍ଗି ଦଉଟି ସାହାଯ୍ୟରେ ଭିତରକୁ ପଶି ଚୋରି କରିଥିଲେ ଚୋର । ସେଫଟି ଲକର ଚୋରି ହୋଇଛି । ଲକରେ ଭିତରେ ୨ ଲକ୍ଷ ୫୦ ହଜାର ଟଙ୍କା ଓ ଗୁରୁତ୍ୱପୁଣ୍ଣ କାଗଜ ପତ୍ର ରହିଥିଲା । ପୋଲିସ ଅଭିଯୋଗ ପାଇ ଅଭିଯୁକ୍ତ ରିଙ୍କୁ ବେନିୟାକୁ କାବୁ କରି ପଚରା ଉଚରା କରିଥିଲା । ଅଭିଯୁକ୍ତ ରିଙ୍କୁର ବୟାନ ଆଧାରରେ ଅନ୍ୟ ଅଭିଯୁକ୍ତ କାହ୍ନୁ ମୁଦୁଲି ସହ ନାବାଳକ ଥିବା ସୂଚନା ପାଇଥିଲା ପୋଲିସ । ଆଇରନ ବକ୍ସ ରୁ ଟଙ୍କା ବାହାର କରି ସେହି ବକ୍ସକୁ କେନାଲରେ ଫିଙ୍ଗି ଦେଇଥିଲେ । ଦମକଳ ବାହିନି ଓ ପୋଲିସ ଉଦ୍ୟମରେ ୬ ଘଣ୍ଟା ଖୋଜା ଖୋଜି କରି କେନାଲରୁ ଲକର ବାହାର କରିଥିଲେ । ସେହିପରି ଅଭିଯୁକ୍ତ ମାନେ ହାଟପଦା ସ୍ଥିତ ଷ୍ଟୋନ ଓାରଲଡ ମାବଲ ସୋରୁମରୁ ଚୋରି କରି ଫ୍ରଣ୍ଟେର, ଟଙ୍କା ଗଣିିବା ମେସିନ, ମୋବାଇଲ ଫୋନ ଚୋରି କରିଥିଲେ । ଏନକେଟି ରୋଡରେ ଥିବା ସରସ୍ୱତି ଏଜେନ୍ସି ନାମିତ ଏକ ଚକଲେଟ ସୋ ରୁମରେ ପଶି ୨ଟି ବଡବ୍ୟାଗରେ ଥିବା ଡେରିମିଲକ ଚକଲେଟ ଯାହାର ମୁଲ୍ୟ ୯୨ ହଜାର ୨୬୧ ଟଙ୍କା ହେବ । ତାହା ଚୋରି କରିଥିଲେ । ସେହିପରି ହଟପଦାରେ ଥିବା କାଜୁ ମିଲରୁ ୧୦ ହଜାର ଟଙ୍କା ଚୋରି କରିଥିଲେ । ବାଇପାସ ରେଡରେ ଥିବା ଗ୍ରୋସେରି ଦୋକାନରୁ ମିକ୍ସଚେର ବ୍ୟାଗ, ହୋମ ଥିଏଟର ଚୋରି ହୋଇଥିଲା । ବାରିଣିପୁଟରେ ଥିବା ୟମାହା ସୋରୁମରୁ ୩୧ଟି ସ୍ମାର୍ଟ ଓାଚ ଚୋରି ହୋଇଥିଲା । ଅଭିଯୁକ୍ତ ମାନେ ଚୋରି ସାମଗ୍ରୀ ପାରାବେଡାରେ ଥିବା ଏଲ.ଏନ ଭେରାଇଟି ଷ୍ଟୋର ମାଲିକ ଜି ସତ୍ୟ ନାରାୟଣ ପାତ୍ରକୁ ବିକ୍ରମ କରୁଥିଲେ । ଚୋରି ସାମଗ୍ରୀ କ୍ରୟ କରିଥିବା ଅଭିଯୋଗରେ ଜି ସତ୍ୟ ନାରାୟଣ ପାତ୍ରକୁ ଗିରଫ କରିଛି ପୋଲିସ । ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜମେ ନାବାଳକକୁ ଜୁଭେଲାଇନ ଜଷ୍ଟିସ ବୋର୍ଡଙ୍କ ନିକଟରେ ହାଜର କରାଯାଇଛି ।

ଆଜିର ସାମ୍ବାଦିକ ସମ୍ମିଳନିରେ ଏସଡିପିଓ ଅଙ୍କିତ କୁମାର ବର୍ମା, ଟାଉନ ଥାନା ଦାୟିତ୍ୱରେ ଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande