ଅବହେଳିତ ସେମିଳିଅଟାଳ ଗାଁ
ଜୟପୁର, ୨୦ ଫେବୃଆରୀ (ହି.ସ.)- ଦୁର୍ଗମ ଅଞ୍ଚରେ ପହଞ୍ଚି ପାରିଲାନି ରାସ୍ତା । ଯଦ୍ୱାରା ବଦଳି ପାରିଲା ନି ପାହାଡିଆ ଗାଁ ର ନକ୍ସା। ଆଜିବି ମୌଳିକ ସମସ୍ୟାର ସମାଧାନ ଅପେକ୍ଷାରେ ରହିଛନ୍ତି ଗ୍ରାମବାସୀ। ଆସନ୍ତୁ ଦେଖିବା କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ବାଣ୍ଡିଗୁଡା ପଞ୍ଚାୟତର ସେମିଳିଅ
ଅବହେଳିତ ସେମିଳିଆଟାଳ ଗାଁ


ଜୟପୁର, ୨୦ ଫେବୃଆରୀ (ହି.ସ.)-

ଦୁର୍ଗମ ଅଞ୍ଚରେ ପହଞ୍ଚି ପାରିଲାନି ରାସ୍ତା । ଯଦ୍ୱାରା ବଦଳି ପାରିଲା ନି ପାହାଡିଆ ଗାଁ ର ନକ୍ସା। ଆଜିବି ମୌଳିକ ସମସ୍ୟାର ସମାଧାନ ଅପେକ୍ଷାରେ ରହିଛନ୍ତି ଗ୍ରାମବାସୀ। ଆସନ୍ତୁ ଦେଖିବା କୋରାପୁଟ ଜିଲ୍ଲା

ବୋରିଗୁମ୍ମା ବ୍ଲକର ବାଣ୍ଡିଗୁଡା ପଞ୍ଚାୟତର ସେମିଳିଅଟାଳ ଗାଁ ର ଚିତ୍ର l ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିଲାନି ବିକାଶ ଆଜିବି ନା ଏଠି ରାସ୍ତାର ସୁବିଧା ଅଛି ନା ପାନୀୟ ଜଳର ସୁବିଧା ହେଇଛି। ଜୀବନ ଜୀଇବା ପାଇଁ କୌଣସି ଜୀବିକା ବି ନାହିଁ। ବାଧ୍ୟ ହୋଇ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ସେସବୁକୁ

ଅନ୍ୟ ଗାଁ ରେ ବିକ୍ରି କରି ସେଥିରୁ ନିଜର ଗୁଜୁରାଣ ମେଣ୍ଟାନ୍ତି ଏମାନେ। କିଛି ଲୋକ ପାହାଡିଆ ପାଣିକୁ ଭରସା କରି ମାଣ୍ଡିଆ ସୁଆ ଓ

ପନିପରିବା ଚାଷ କରି ସେଥିରୁ କିଛି କିଛି ରୋଜଗାର କରନ୍ତି। ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏହି ଦୁର୍ଗମ ଅଂଚଳରେ ଅପହଞ୍ଚ। ବୋରିଗୁମ୍ମା ବ୍ଲକର ସେମିଳି ଅଟାଳ ପଞ୍ଚାୟତ ସଦର ମହକୁମ୍ମା ଠାରୁ ୮ କି.ମି. ଦୂରରେ ଅବସ୍ଥାପିତ ଏହି ଗାଁ। ଗାଁକୁ ଯିବାକୁ ହେଲେ ମାଳିଗୁଡା ଠାରୁ ୫ କିଲୋ ମିଟର ଘଞ୍ଚ ଜଙ୍ଗଲ ମଝିରେ ଅଙ୍କା ବଙ୍କା ସଂକୀନ୍ନ ରାସ୍ତା ଦେଇ ଗଲେ ପଡେ ଏହି ଗାଁ ସେମିଳି ଆଟାଳ l ସ୍ୱାଧିନତାର ୭୭ ବର୍ଷ ପରେ ବି ଏଠି ବିକାଶ ତ ଦୂରର କଥା ମୌଳିକ ସମସ୍ୟାର ସମାଧାନ ହୋଇପାରିନି। ଗାଁ ରେ ୩୪ ପରିବାର ୨୦୦ ରୁ ଉର୍ଧ୍ୱ ସଦସ୍ୟ ବସବାସ କରନ୍ତି। ଜଙ୍ଗଲ ମଧ୍ୟରେ ସକୀର୍ଣ୍ନ ରାସ୍ତା ହିଁ ଏମାନଙ୍କ ଗମନାଗମନର ମାଧ୍ୟମ। ସ୍କୁଲ ପିଲା ଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପଥରିଆ ରାସ୍ତାରେ ୫ କି.ମି. ଯିବାକୁ ପଡେ। ପ୍ରତି ମାସରେ ବୃଦ୍ଧ ବୃଦ୍ଧା ହିତାଧିକାରୀ ମାନେ ପଞ୍ଚାୟତରୁ ଚାଉଳ ଓ ବିଧବା ଭତା ଟଙ୍କା ଧରି ବହୁ କଷ୍ଟରେ ଗାଁ କୁ ଫେରନ୍ତି। ଗାଁ ରେ ପାନୀୟ ଜଳ ଯୋଗାଣ ପାଇଁ ଉଚିତ ବ୍ୟବସ୍ଥା ହୋଇନି। ବହୁ ବର୍ଷତଳର ଏକ ନଳ କୂପ ରହିଛି ସେଥିରୁ ପାଣି ବାହାରୁନି। ଫଳରେ ଗାଁ ନିକଟରେ ଥିବା କୁଅ ପାଣି ହିଁ ଏମାନଙ୍କ ଭରସା। ଖରା ଦିନ ହେଲେ ସେହି କୂଅ ପାଣି ବି ସୁଖି ଯାଉଛି। ଗାଁ ରେ କେବଳ ୫ଟି ପରିବାରଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି ସେ ସବୁ ଘର ବି ଅଧାପନ୍ତରିଆ

ହୋଇପଡିଛି। ଗାଁ ରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ଉପଯୁକ୍ତ ଭିତ୍ତିଭୂମି ନାହିଁ, ଅଙ୍ଗନ ବାଡ଼ି କର୍ମୀଙ୍କ ଘରେ ହିଁ ଚାଲୁଚି କେନ୍ଦ୍ର। ୫ ବର୍ଷ ହେବ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଅଧାପନ୍ତରିଆ ହୋଇ ପଡିଛି। ଗାଁ ରେ ସ୍କୁଲ ନାହିଁ। ଫଳରେ କୁନି କୁନି ଶିଶୁ ଓ ଗର୍ଭବତୀ ମହିଳାମାନେ ବହୁ ଅସୁବିଧା ଭୋଗୁଛନ୍ତି। ରାସ୍ତା ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଅସିପାରୁନି।ଫଳରେ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ୫ କି.ମି. ପାହାଡିଆ ରାସ୍ତାରେ କାନ୍ଧରେ ବୋହି ମାଳିଗୁଡା ପର୍ଯ୍ୟନ୍ତ ଆଣିଲେ ସେଠାରୁ ଆମ୍ବୁଲାନ୍ସରେ ମେଡ଼ିକାଲ ଯାଆନ୍ତି। ସରକାରୀ ସ୍ତରରେ କାମ ନପାଇ ଜଙ୍ଗଲ ଜାତ ଦ୍ରବ୍ୟ ଓ କାଠ ସଂଗ୍ରହ କରି ସେଥିରେ ଜୀବିକା ନିର୍ବାହ କରନ୍ତି ଏମାନେ । ଗାଁ କୁ ରାସ୍ତା ସଂଯୋଗ କରିବା ସହିତ ପାଇପ ଯୋଗେ ପାନୀୟ ଜଳର ଯୋଗାଣ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ସେମିଳି ଅଟାଳ ଗାଁ କୁ ରାସ୍ତା, ସଂଯୋଗ ହୋଇ ନଥିବାରୁ ଏଠି ସରକାରୀ ଯୋଜନା ପହଞ୍ଚି ପାରୁନି। ଅନେକ ଗରିବ ଆଦିବାସି ପରିବାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ପାଇପାରୁ ନାହାନ୍ତି। ବର୍ଷ ବର୍ଷ ଧରି କୌଣସି ସରକାରୀ ବାବୁଙ୍କର ପାଦ ଵି ପଡୁନି ଏହି ଗାଁ ରେ ।ଏସବୁ ସମସ୍ୟାକୁ ନେଇ ପ୍ରଶାସନ ଓ ରାଜନେତାଙ୍କୁ ଗୁହାରି କଲେ ବି କେହି ଶୁଣୁ ନାହାନ୍ତି କେବଳ ଭୋଟ ସମୟରେ ଦେଖା ଦେଉଛନ୍ତି ପରେ ଭୁଲି ଯାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଗାଁ କୁ ରାସ୍ତା ସଂଯୋଗ ଏବଂ ପାଣିର ସୁବିଧା କରିବା ପାଇଁ ରାଜ୍ୟର ନୂଆ ବିଜେପି ସରକାରଙ୍କୁ ଗାଁ ଲୋକେ ନିବେଦନ କରିଛନ୍ତି I

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande