ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)– ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକର ବରପାଲୀ ଠାରେ ରେଲୱେ ସାଇଡିଂକୁ ବନ୍ଦ କରିବାକୁ ଦାବି କରିଛନ୍ତି ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହ । ଆଜି ପ୍ରଶ୍ନକାଳରେ ସେ ଏହି ବିଷୟ ଉଠାଇ ଏହାକୁ ବନ୍ଦ କରାଯିବାକୁ ଦାବି କରିଥିଲେ ।
ସେ କହିଥିଲେ ଯେ ସ୍ଥାନୀୟ ମହିଳା ମାନା ଗତ 4 ତାରିଖ ଠାରୁ ଏହି ରେଲୱେ ସାଇଡିଂକୁ ବିରୋଧ କରି ଧାରଣାରେ ବସିଛନ୍ତି । ସେମାନେ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ବିନା ଗ୍ରାମସଭାରେ ଏହାକୁ କରାଯାଇଛି । ଏହି ରେଲୱେ ସାଇଡିଂ କାରଣରୁ ସ୍ଥାନୀୟ ରାସ୍ତା ଓ ପୋଲ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ତେଣୁ ଏହାକୁ ବନ୍ଦ କରାଯିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ