କେନ୍ଦ୍ରାପଡ଼ା, ୨୦ ଫେବୃଆରୀ(ହି.ସ.) – ଜଣେ ନାବାଳିକା ସ୍କୁଲ ଛାତ୍ରୀକୁ ଅଟୋ ଡ୍ରାଇଭର ଅସଦାଚରଣ କରିଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଅଭିଯୋଗ ମୁତାବକ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଖସା ପଡିଆରେ ଥିବା ଏକ ମଡର୍ନ ପବ୍ଲିକ ସ୍କୁଲର ୮ ବର୍ଷର ଜଣେ ନାବାଳିକା ଛାତ୍ରୀକୁ ଘରୁ ଆଣିଲା ବେଳେ ଏବଂ ଘରେ ଛାଡିବା ସମୟରେ ଅଟୋ ଡ୍ରାଇଭର ଛାତ୍ରୀଟି ସହିତ ଅସଦାଚରଣ କରୁଥିବା ଛାତ୍ରୀର ବାପା ସଦର ଥାନାରେ ଏତଲା ଦେଇଛନ୍ତି । ଏତଲା ପାଇବା ପରେ ଥାନା ଅଧିକାରୀ ବିମଳ କୁମାର ମଲିକ ସଦର ଥାନା କେସ ନଂ-୮୭/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଟୋ ଡ୍ରଇଭର ଅରୁଣ କୁମାର ନାୟକଙ୍କୁ ଗିରଫ କରିଥିବା ଜଣାପଡିଛି । ତେବେ ଡ୍ରାଇଭର ଜଣକ ସ୍କୁଲ ଛାତ୍ରୀଙ୍କୁ ଅଟୋରେ ନେଇ ଯିବା ଆସିବା କଲାବେଳେ ଏଭଳି ବ୍ୟବହାର କରୁଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି