2024-25ରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି 3717
ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.) - ଜୁନ 2024 ରୁ 2025 ଆଜି ପର୍ଯ୍ୟନ୍ତ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି 3717 ଜଣ । ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀ ଉତ୍ତର ରଖିଛନ୍ତି । ଜୁନ 2024 ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ 6327 ସ
2024-25ରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି 3717


ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)

- ଜୁନ 2024 ରୁ 2025 ଆଜି ପର୍ଯ୍ୟନ୍ତ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି 3717

ଜଣ । ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀ ଉତ୍ତର

ରଖିଛନ୍ତି । ଜୁନ 2024 ରୁ ଆଜି ପର୍ଯ୍ୟନ୍ତ

ରାଜ୍ୟରେ 6327 ସଡ଼କ ଦୁର୍ଘଟଣା ଘଟିଛି । 3401 ଜଣ ଦୁର୍ଘଟଣାରେ ହୋଇଛନ୍ତି ଗୁରୁତର । 918 ଟି

ଦ୍ରୁତ ଗତିରେ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଛି । 1052 ଟି ବେପାରୁଆ ଗାଡି ଚାଳନା ପାଇଁ

ଦୁର୍ଘଟଣା ଘଟିଛି । 46 ଟି ମଦ୍ୟପାନ କରି ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଛି । 4677 ଟି ଅନ୍ୟାନ୍ୟ

କାରଣ ଯୋଗୁଁ ଘଟିଛି ଦୁର୍ଘଟଣା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande