କିଟରେ ଯାହା ଅନିୟମିତତା ଅଛି ତଦନ୍ତ ହେଉ-ବିଜେଡି
ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.) କିଟ୍ ପ୍ରସଙ୍ଗରେ ବିଜେଡ଼ି ପ୍ରତିକ୍ରିୟା ରଖିଛି । ଯାହା ତଦନ୍ତ କରିବା କଥା କରନ୍ତୁ । କିଟ୍ ଗୋଟିଏ ବିଶ୍ବସ୍ତରୀୟ ଅନୁଷ୍ଠାନ । କିଟ୍ ଆମକୁ ପରିଚୟ ଦେଇଛି, ଓଡ଼ିଆ ଅସ୍ମିତାର ଏକ ଅଂଶ ବିଶେଷ । ଆତ୍ମହତ୍ୟା ବହୁ ଅନୁଷ୍ଠାନରେ ହେଉଛି ।
କିଟରେ ଯାହା ଅନିୟମିତତା     ଅଛି ତଦନ୍ତ ହେଉ-ବିଜେଡି


ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)

କିଟ୍ ପ୍ରସଙ୍ଗରେ ବିଜେଡ଼ି

ପ୍ରତିକ୍ରିୟା ରଖିଛି । ଯାହା ତଦନ୍ତ କରିବା କଥା କରନ୍ତୁ । କିଟ୍ ଗୋଟିଏ ବିଶ୍ବସ୍ତରୀୟ

ଅନୁଷ୍ଠାନ । କିଟ୍ ଆମକୁ ପରିଚୟ ଦେଇଛି, ଓଡ଼ିଆ ଅସ୍ମିତାର ଏକ ଅଂଶ ବିଶେଷ । ଆତ୍ମହତ୍ୟା ବହୁ ଅନୁଷ୍ଠାନରେ ହେଉଛି ।

ଆତ୍ମହତ୍ୟା ନିନ୍ଦନୀୟ । ଆତ୍ମହତ୍ୟାକୁ ଘୋଡାଇବା ନିନ୍ଦନୀୟ । ଆତ୍ମହତ୍ୟାର ତଦନ୍ତ ଠିକ୍

ହୋଇନଥିଲେ କି ପ୍ରେମିକକୁ ଗିରଫ କରିନଥିଲେ ଆମେ ମଧ୍ୟ ତାକୁ ପ୍ରତିବାଦ କରିଥାନ୍ତୁ ବୋଲି

ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି । କିଛି କିଛି ଅନୁଷ୍ଠାନ, ସଙ୍ଗଠନ କିଟର ଅନ୍ୟାନ୍ୟ ପ୍ରସଙ୍ଗକୁ ଯୋଡୁଛନ୍ତି । ଯଦି କିଟରେ ଅନିୟମିତତା ଅଛି

ତଦନ୍ତ ହେଉ । ଗୋଟିଏ ଓଡ଼ିଆ ବିଶ୍ବସ୍ତରୀୟ ଅନୁଷ୍ଠାନକୁ ବିଜୁ ଜନତା ଦଳର କହିକି ବଦନାମ

କରାନଯାଉ । ଏହା ଗ୍ରହଣୀୟ ନୁହେଁ । ସରକାରଙ୍କ ଯାହା ଇଛା କରନ୍ତୁ । ତାଙ୍କ ପାଖରେ ଅଖଣ୍ଡ

କ୍ଷମତା ରହିଛି ବୋଲି କହିଛନ୍ତି ବିଜେଡି ବିଧାୟକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande