କେନାଲ ଶୁଖିଲା ପଡିଥିବାରୁ ଉଦବେଗ ପ୍ରକାଶ କଲେ ବିଜେପି ବିଧାୟକ
ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.) - କେନାଲ ପଡିଛି ଶୁଖିଲା, ପିଲା ଖେଳୁଛନ୍ତି କ୍ରିକେଟ। ସୁବର୍ଣ୍ଣରେଖା ଜଳ ପ୍ରକଳ୍ପକୁ ନେଇ ବଡ଼ସାହି ବିଜେପି ବିଧାୟକ ସନାତନ ବିଜୁଳି ଉଦବେଗ ପ୍ରକାଶ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ 4 ଥର ଉଦଘାଟନ କରିସାରିଥିଲେ ବି ଚାଷୀଙ୍କୁ ମିଳୁନି
କେନାଲ ଶୁଖିଲା ପଡିଥିବାରୁ ଉଦବେଗ ପ୍ରକାଶ କଲେ ବିଜେପି ବିଧାୟକ


ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)

- କେନାଲ ପଡିଛି ଶୁଖିଲା, ପିଲା ଖେଳୁଛନ୍ତି କ୍ରିକେଟ। ସୁବର୍ଣ୍ଣରେଖା ଜଳ ପ୍ରକଳ୍ପକୁ ନେଇ

ବଡ଼ସାହି ବିଜେପି ବିଧାୟକ ସନାତନ ବିଜୁଳି ଉଦବେଗ ପ୍ରକାଶ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ

4 ଥର ଉଦଘାଟନ କରିସାରିଥିଲେ ବି ଚାଷୀଙ୍କୁ ମିଳୁନି ପାଣି। କେବେ ଚାଷୀ ପାଣି ପାଇବେ ବୋଲି ପ୍ରଶ୍ନ କରିଛନ୍ତି

ବିଜେପି ବିଧାୟକ ।

ବିଧାୟକଙ୍କ ପ୍ରଶ୍ନରେ ନୟାଗଡ଼ କଥା ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବାଚସ୍ପତି। ନୟାଗଡ଼ରେ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ 127 ଟି ବୋରୱେଲ,

7 ରୁ 8 ବର୍ଷ ହେଲା ଅଚଳ ହୋଇପଡିଥିବା କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖୁଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ

କହିଛନ୍ତି ଯେ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande