ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ଦିଲ୍ଲୀର ନୂଆ
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା
ରେଖା ଗୁପ୍ତାଙ୍କୁ ଶୁଭେଚ୍ଛା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ
ଦିଲ୍ଲୀବାସୀଙ୍କ ସେବା ପାଇଁ ତାଙ୍କର ସଫଳ କାର୍ଯ୍ୟକାଳ କାମନା କରୁଛି । ଦେଶର ବିକାଶ ଦିଗରେ
ମିଳିତ ଭାବେ କାର୍ଯ୍ୟ କରିବୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା