ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ଚଳିତ ବର୍ଷ 812ଟି ବହୁମୁଖୀ
ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ମରାମତି ପାଇଁ ନିଷ୍ପତି ନେଇଛନ୍ତି ସରକାର । ପ୍ରତି ଆଶ୍ରୟସ୍ଥଳୀ
ମରାମତି ପାଇଁ 6 ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏଥିପାଇଁ 48 କୋଟି 72 ଲକ୍ଷ ଟଙ୍କା
ଖର୍ଚ୍ଚ କରିବେ ସରକାର । ଅନେକ ବାତ୍ୟା ଆଶ୍ରୟସ୍ଥଳୀର କାମ ମଧ୍ୟ ଆରମ୍ଭ ହୋଇଯାଇଛି । ରାଜ୍ୟରେ
ବର୍ତ୍ତମାନ 909ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ସେଥିରୁ 600ଟି ବହୁମୁଖି ବାତ୍ୟା
ଆଶ୍ରୟସ୍ଥଳୀ ଓ 309ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ରହିଛି । ପ୍ରଶ୍ନକାଳ ଆଲୋଚନା ବେଳେ
ବିଜେଡ଼ି ବିଧାୟକ ସାରଦା ଜେନାଙ୍କ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ରଖି ସୂଚନା ଦେଇଛନ୍ତି ରାଜସ୍ୱ
ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା