କିଟ୍ କର୍ତ୍ତୃପକ୍ଷ ବ୍ୟବହାର ଅସମ୍ବେଦନଶୀଳ ଓ ନିନ୍ଦନୀୟ- ସମ୍ପଦ ସ୍ୱାଇଁ
ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.) - କିଟ୍ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପ୍ରତି ବ୍ୟବହାର ଅସମ୍ବେଦନଶୀଳ ଓ ନିନ୍ଦନୀୟ । କିଟ କର୍ତ୍ତୃପକ୍ଷଙ୍କ ମନମାନି ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ସମ୍ପଦ ସ୍ୱାଇଁ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ପ
କିଟ୍ କର୍ତ୍ତୃପକ୍ଷ ବ୍ୟବହାର ଅସମ୍ବେଦନଶୀଳ ଓ ନିନ୍ଦନୀୟ- ସମ୍ପଦ ସ୍ୱାଇଁ


ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)

- କିଟ୍ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପ୍ରତି ବ୍ୟବହାର ଅସମ୍ବେଦନଶୀଳ ଓ

ନିନ୍ଦନୀୟ । କିଟ କର୍ତ୍ତୃପକ୍ଷଙ୍କ ମନମାନି ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି

ମନ୍ତ୍ରୀ ସମ୍ପଦ ସ୍ୱାଇଁ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ପିଲା ଫେରିଆସାନ୍ତୁ।

ଏହା ସହ କ୍ୟାମ୍ପସ ଭିତରେ ଶାନ୍ତିଶୃଙ୍ଖଳା ଫେରି ଆସିବ ସେ ଦିଗରେ ଚେଷ୍ଟା ହେଉଛି। କିଟ୍ କତୃର୍ପକ୍ଷଙ୍କର

ଛାତ୍ରଛାତ୍ରୀଙ୍କ ପ୍ରତି ବ୍ୟବହାର ଅସମ୍ବେଦନଶିଳ ଓ ନିନ୍ଦନୀୟ। ସବୁ ସମସ୍ୟାର ସମାଧାନ ଥାଏ।

ସମ୍ବେଦନତା ସହ ଘଟଣାକୁ ସମ୍ଭାଳିବା ଆବଶ୍ୟକ ଥିଲା । କିଟ କତୃର୍ପକ୍ଷଙ୍କ ମନମାନି ଏହା ଆଦୌ

ଗ୍ରହଣୀୟ ନୁହେଁ। ଏହାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଗୃହ ବିଭାଗର

ଅତିରିକ୍ତ ମୁଖ୍ୟ ଶାସନ ସଚିବ କିଟ କ୍ୟାମ୍ପସ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି। ତଦନ୍ତ ପରେ

ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାର ଘଟଣାକୁ ଗୁରୁତର ସହ ନେଇଛନ୍ତି। ପୁନର୍ବାର

କିପରି ଏ ଘଟଣା ନ ହେଉ ସେଥି ପ୍ରତି ସରକାର ସଚେତନ ଅଛନ୍ତି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande