ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ଜବରଦଖଲକାରୀ କବଜାରେ ଗୋଚର ଜମି । ୧୦ ହଜାର ୯୭୧.୧୧୨ ଏକର ଗୋଚର ଜମି ହୋଇଛି
ଜବରଦଖଲ । ଅନୁଗୁଳରେ ସର୍ବାଧିକ ୨୯୧୪.୪୨୪ ଏକର
ଗୋଚର ଜମି ଜବରଦଖଲ ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ
ସୁରେଶ ପୂଜାରୀ । କେନ୍ଦୁଝରରେ ୧୦୨୫.୮୯୯ ଏକର
ଗୋଚର ଜମି ଜବରଦଖଲ ହୋଇଛି । କଳାହାଣ୍ଡିରେ ୯୪୧.୭୪ ଏକର ଗୋଚର ଜମି ଜବରଦଖଲ ହୋଇଛି । ନବରଙ୍ଗପୁରରେ ୯୦୧.୧୫
ଏକର ଗୋଚର ଜମି ଜବରଦଖଲ ହୋଇଛି । ଗଞ୍ଜାମରେ ୪୭୩.୯୪୧ ଏକର ଗୋଚର ଜମି ଜବରଦଖଲ ହୋଇଛି । ରାଜ୍ୟର ଗୋଚର ଜମିର
ପରିମାଣ ହେଉଛି ୧୧ ଲକ୍ଷ ୨୦ ହଜାର ୭୭୯.୫୯୨ ଏକର ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା