ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)
କିଟ୍ ଘଟଣାକୁ ନେଇ ଆଇନ
ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସରକାର ଗଠନ କରୁଥିବା ଉଚ୍ଚ ସ୍ତରୀୟ କମିଟି କିଟ୍କୁ ଯାଇ
ତଦନ୍ତ କରିଛନ୍ତି । ପୋଲିସ ବି ତଦନ୍ତ ଜାରି ରଖିଛି । କିଟ୍ କର୍ତ୍ତୃପକ୍ଷ ହୁଅନ୍ତୁ କି କେହି
ବ୍ୟକ୍ତିଗତ ଭାବେ ସମ୍ପୃକ୍ତ ଥିବେ । ତଦନ୍ତ ପ୍ରକ୍ରିୟାରେ ଯାହାର ନାଁ ଆସିବ, କାହାକୁ ବି ଛଡାଯିବ ନାହିଁ । ସମସ୍ତଙ୍କୁ ଆଇନ
ପରିସରଭୁକ୍ତ କରାଯାଇ, ଉଚିତ୍ ଦଣ୍ଡ ବିଧାନ କରାଯିବ । ମୁଖ୍ୟମନ୍ତ୍ରୀ
ମଧ୍ୟ ସ୍ପଷ୍ଟ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ନେପାଳ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ
ଆଶ୍ଵାସନା ଦେଇଛନ୍ତି, ଯେ ଆଗାମୀ ଦିନରେ ଏଭଳି କୌଣସି ଘଟଣା ହେବ
ନାହିଁ । ଏଥିପାଇଁ ସରକାର ମଧ୍ୟ ସଜାଗ ରହିବେ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାୟିତ୍ଵ ମଧ୍ୟ
ସରକାର ନେବେ । ଏଭଳି ଘଟଣା କୌଣସି ଶିକ୍ଷାନୁଷ୍ଠାନରେ ନହେଉ ଏ ବାବଦରେ ସରକାର ସଜାଗ ରହିବେ ।
କିଟରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାରେ ଯାହାର ବି ସଂପୃକ୍ତି ଥିବ, କାହାକୁ
ବି ଛଡା ଯିବ ନାହିଁ । ଆଇନ ତା ରାସ୍ତାରେ ଯିବ । ଦଣ୍ଡ ବିଧାନ ପ୍ରକ୍ରିୟା ଜାରି ରହିବ ।
ଆତ୍ମହତ୍ୟା ଓ ତା ପରବର୍ତ୍ତୀ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର ଓ ଧମକ ଦେଲେ । ସେ ଦିଗ ଉପରେ ବି
ତର୍ଜମା କରାଯାଉଛି । ଯେତେ ବଡ ଲୋକ ହୋଇଥିଲେ ବି ଆକ୍ସନ ହେବ । ଏସିଏସଙ୍କ ନେତୃତ୍ୱରେ ହୋଇଥିବା
ଟିମ୍ ପରାମର୍ଶ ଆଧାରରେ ନିଷ୍ପତି ନିଆଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା