ଭୁବନେଶ୍ୱର, 20 ଫେବୃଆରୀ – ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି।ବାଚସ୍ପତି ଶ୍ରୀମତୀ ସୁରମାପାଢୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ
ପ୍ରଶିକ୍ଷଣାର୍ଥୀମାନେ ବିଧାନସଭା ଗ୍ରନ୍ଥାଗାର ,ଗବେଷଣା ବିଭାଗ ବୁଲି ଦେଖୁବାସହ , ବିଧାନସଭାର କାର୍ଯ୍ୟାବଳୀ
ଓ କାର୍ଯ୍ୟଧାରା ସମ୍ପର୍କରେ ବିଶେଷଭାବେ ଅବଗତ ହୋଇଥିଲେ।ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ,ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ମୋନାଲିସା
ଲେଙ୍କା ,ବିଧାନସଭାର ଯୁଗ୍ମସଚିବଶ୍ରୀ ସତିଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ