ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ଶୂନ୍ୟକାଳରେ ସୈନିକ ସ୍କୁଲ ପ୍ରସଙ୍ଗ ଉଠାଇଲେ ବିଜେଡ଼ି ବିଧାୟକ ରଣେନ୍ଦ୍ର
ପ୍ରତାପ ସ୍ଵାଇଁ । ସୈନିକ ସ୍କୁଲ 1962 ମସିହାରେ ଭୁବନେଶ୍ୱରରେ ସ୍ଥାପନ କରଯାଇଥିଲା । ଜେନେରାଲ
ରାଙ୍କର 10 ଜଣ ପିଲା ସେହି ସ୍କୁଲରୁ ବାହାରିଛନ୍ତି । କିଛି ବିଲ୍ଡରଙ୍କ ସ୍ୱାର୍ଥ ରକ୍ଷା ପାଇଁ
ଭୁବନେଶ୍ବର ସୈନିକ ସ୍କୁଲକୁ ଅନ୍ୟତ୍ର ଉଠାଇ ଦେବାକୁ ପ୍ରୟାସ ହେଉଛି । ଡମ୍ପିଂ ୟାର୍ଡ ଆଳରେ ଏହାକୁ ଘୁଞ୍ଚାଇବାକୁ ଉଦ୍ୟମ
ହେଉଛି । ବିଜୁ ବାବୁ ଏହାକୁ ପ୍ରତିଷ୍ଠା କରିଥିଲେ । ମୁଖ୍ୟ ଶାସନ ସଚିବ ସ୍ଥାନାନ୍ତରିତ କରିବା
ପାଇଁ ପ୍ରତିରକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ।
ବିଲ୍ଡରଙ୍କ କଥାରେ ସୈନିକ ସ୍କୁଲକୁ ଶ୍ରୀହୀନ କରିବାକୁ ପ୍ରୟାସ ହେଉଛି । ଏହାକୁ ବନ୍ଦ କରାଯାଉ । ଦେଶର ଅନ୍ୟ ରାଜ୍ୟରେ ସୈନିକ
ସ୍କୁଲ ସେଭଳି ରହିଥିବା ବେଳେ ଭୁବନେଶ୍ବର ସ୍କୁଲକୁ ଉଠାଇବାକୁ ପ୍ରୟାସ ହେଉଛି । ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଶୂନ୍ୟକାଳରେ
ଦାବି କଲେ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା