ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ଆଦର୍ଶ ବିଦ୍ୟାଳୟରେ ବିଧାୟକଙ୍କ କୋଟା ବନ୍ଦ ଦାବି ଉପରେ ରୁଲିଂ ଦେଲେ
ବାଚସ୍ପତି । ଆଦର୍ଶ ବିଦ୍ୟାଳୟରେ ବିଧାୟକଙ୍କ କୋଟା
ବନ୍ଦ କରିବା ପାଇଁ ବିଜେଡ଼ି ବିଧାୟକ ପ୍ରତାପ ଦେବ ଦାବି କରିଥିଲେ । ଏବେ ଆଦର୍ଶ ବିଦ୍ୟାଳୟରେ
ନାମଲେଖା ପାଇଁ ବିଧାୟକଙ୍କ ପାଇଁ ଦୁଇଟି କୋଟା ରହିଛି । ଏହାକୁ ଉଠେଇ ଦେବା ପାଇଁ ଗୃହରେ
ପ୍ରତାପ ଦାବି ରଖିଛନ୍ତି । ଏହା ଦଳ ମତ ନିର୍ବିଶେଷରେ ସବୁ ବିଧାୟକଙ୍କ ପାଇଁ ପୀଡା । ତେଣୁ ଗୃହ
ପକ୍ଷରୁ ମୁଁ ଦାବି କରୁଛି । ଏନେଇ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଛନ୍ତି ପ୍ରତାପ ଦେବ । ବାଚସ୍ପତି
ଗଣଶିକ୍ଷା ମନ୍ତ୍ରୀଙ୍କୁ ରୁଲିଂ ଦେଇ କହିଲେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା
କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା