ବିଜେଡ଼ି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତର ଦେଇ 5ଟି ର ପୋଲ ଖୋଲିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର 20 ଫେବୃଆରୀ (ହି.ସ.) - ନବୀନ ପଟ୍ଟନାୟକ ସରକାରଙ୍କ ସମୟରେ ବିନା କୌଣସି କାଗଜପତ୍ର ପ୍ରସେସିଂଗ କରି 5ଟି ପକ୍ଷରୁ ବିଭିନ୍ନ ପ୍ରକଳ୍ପର ଘୋଷଣା କରାଯାଉଥିଲା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ବିଜେଡ଼ି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତର ଦେଇ 5ଟି ର ପୋଲ
ବିଜେଡ଼ି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତର ଦେଇ 5ଟି ର ପୋଲ ଖୋଲିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ


ଭୁବନେଶ୍ୱର 20 ଫେବୃଆରୀ (ହି.ସ.) - ନବୀନ ପଟ୍ଟନାୟକ ସରକାରଙ୍କ ସମୟରେ ବିନା କୌଣସି କାଗଜପତ୍ର ପ୍ରସେସିଂଗ କରି 5ଟି ପକ୍ଷରୁ ବିଭିନ୍ନ ପ୍ରକଳ୍ପର ଘୋଷଣା କରାଯାଉଥିଲା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ବିଜେଡ଼ି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତର ଦେଇ 5ଟି ର ପୋଲ ଖୋଲଛନ୍ତି ।

ଆଜି ପ୍ରଶ୍ନକାଳରେ୍ ବିଗତ ସରକାର ସମୟରେ ଯେତିକି ବାତ୍ୟା ଆଶ୍ରୟସ୍ଥଳୀ ଘୋଷଣା ହୋଇଥିଲା, କାହିଁକି ସେହି କାର୍ଯ୍ୟ ତ୍ବରାନ୍ବିତ କରିନାହାନ୍ତି ? 52ଟି ପ୍ରକଳ୍ପ କାହିଁକି କାର୍ଯ୍ୟକାରୀ ହୋଇନାହିଁ ? ଏହାର ରହସ୍ୟ କଣ ବୋଲି ପ୍ରଶ୍ନକାଳ ଆଲୋଚନା ବେଳେ ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ।

ଏହାର ଉତ୍ତରରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଏହାର ରହସ୍ୟ ହେଉଛି, ବିଗତ ସରକାର ଅନେକ ନିଷ୍ପତି ନେଉଥିଲେ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ସେଗୁଡିକ କାର୍ଯ୍ୟକାରୀ ହେଉନଥିଲା । ଯେଉଁ ନିଷ୍ପତି ନେଇଥିଲେ, ବିଜେପି ସରକାରକୁ ଆସିଲେ କରିବ ବୋଲି ଛାଡ଼ି ଦେଇଥିଲେ । ପୂର୍ବ ସରକାର 52ଟି ବାତ୍ୟା ଆଶ୍ରୟସ୍ଥଳୀ କରିବା ପାଇଁ ରାଜସ୍ୱ ବିଭାଗ ନିଷ୍ପତି ନେଇନଥିଲା, ସେହି ନିଷ୍ପତି ନେଇଥିଲେ 5T । କାଗଜ ପତ୍ରରେ ପ୍ରୋସେସିଂ ନକରି ଖାଲି ଘୋଷଣା କରିଥିଲେ 5ଟି । 5ଟି ସେତେବେଳେ କେତେ ଶକ୍ତିଶାଳୀ ଥିଲା ତାହା ସମସ୍ତଙ୍କୁ ଜଣା । 5T ଘୋଷଣା ପରେ ବିଭାଗ ଏଷ୍ଟିମେଟ କଲା, ଟେଣ୍ଡର ହେଲା କିନ୍ତୁ ୱାର୍କ ଅର୍ଡର ବେଳକୁ ପଇସା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଖର୍ଚ୍ଚ କରିବେ ବୋଲି କୁହାଯାଇଥିଲା । ରିଲିଫ ପାଣ୍ଠିରୁ ଯେତିକି ଅର୍ଥ ନାହିଁ, ତା ଠାରୁ ଅଧିକ ଘୋଷଣା କରାଯାଇଥିଲା । ବିଜେପି ସରକାର 500ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛନ୍ତି । ସେଥିରେ ଏହି 52ଟି ମଧ୍ୟ ହେବ । ଅର୍ଥ କମିଶନଙ୍କୁ ମଧ୍ୟ ସରକାର ଜଣାଇଛନ୍ତି । ବିଗତ ସରକାର ଘୋଷଣା କଲେ କିନ୍ତୁ କଲେ ନାହିଁ । ନୂଆ ସରକାର କରିବା ପାଇଁ ଛାଡ଼ି ଦେଇଗଲେ । ବିଗତ ସରକାର ଛାଡ଼ି ଥିବା ସବୁ କାର୍ଯ୍ୟ ବିଜେପି ସରକାର କରିବେ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande