ତିହିଡ଼ି ବ୍ଲକରେ ୧୪ଟି କେନ୍ଦ୍ରରେ ୨୭୫୩ ଜଣ ମ୍ୟାଟ୍ରିକ୍ ପରୀକ୍ଷା ଦେବେ
ଭଦ୍ରକ, ୨୦ ଫେବୃୟାରୀ (ହି.ସ.) - ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ୨୦୨୫ ମ୍ୟାଟ୍ରିକ୍ ପରୀକ୍ଷା ଆସନ୍ତାକାଲି ଶୁକ୍ରବାର ୨୧ ତାରିଖ ଠାରୁ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ତିହିଡ଼ି ବ୍ଲକରେ ପ୍ରସ୍ତୁତି ଶେଷ ହୋଇଛି। ବ୍ଲକର ମୋଟ ୧୪ଟି ସେଂଟରରେ ୨୭୫୩ଜଣ ପରୀକ୍ଷାର୍ଥୀ ମ୍ୟାଟ୍ରିକ୍ ପରୀକ୍ଷା ଦେବେ
ତିହିଡ଼ି ବ୍ଲକରେ ୧୪ଟି କେନ୍ଦ୍ରରେ ୨୭୫୩ ଜଣ ମ୍ୟାଟ୍ରିକ୍ ପରୀକ୍ଷା ଦେବେ


ଭଦ୍ରକ, ୨୦ ଫେବୃୟାରୀ (ହି.ସ.) - ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ୨୦୨୫ ମ୍ୟାଟ୍ରିକ୍ ପରୀକ୍ଷା ଆସନ୍ତାକାଲି ଶୁକ୍ରବାର ୨୧ ତାରିଖ ଠାରୁ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ତିହିଡ଼ି ବ୍ଲକରେ ପ୍ରସ୍ତୁତି ଶେଷ ହୋଇଛି। ବ୍ଲକର ମୋଟ ୧୪ଟି ସେଂଟରରେ ୨୭୫୩ଜଣ ପରୀକ୍ଷାର୍ଥୀ ମ୍ୟାଟ୍ରିକ୍ ପରୀକ୍ଷା ଦେବେ ବୋଲି ଜଣା ପଡ଼ିଛି। ସୂଚନା ଅନୁସାରେ ତିହିଡ଼ି ସିଆରଏସ ହାଇସ୍କୁଲରେ ୨୧୬ଜଣ, ତିହିଡ଼ି ସରକାରୀ ହାଇସ୍କୁଲରେ ୧୭୪ଜଣ, ସୟା ବିପିଏସ ହାଇସ୍କୁଲରେ ୨୪୫ଜଣ, କୋହ୍ଲ ହାଇସ୍କୁଲରେ ୨୦୮ଜଣ, ପୀରହାଟ ପିଏସଏସ ହାଇସ୍କୁଲରେ ୧୬୬, ବାସନ୍ତୀ ହାଇସ୍କୁଲ ପବିତ୍ର ନଗରରେ ୧୬୫ଜଣ, ବାଟବାଟିଆ ବୈଷ୍ଣବାନନ୍ଦ ବିଦ୍ୟାପୀଠରେ ୨୦୬ଜଣ, ସାମନ୍ତରାୟପୁର ହାଇସ୍କୁଲରେ ୨୮୦ଜଣ, ପାଳିଆବିନ୍ଧା ରାମାନୁଜ ବିଦ୍ୟାପୀଠରେ ୧୫୦ଜଣ, ଦୋଳସାହି ରାମନାରାୟଣ ହାଇସ୍କୁଲରେ ୨୦୨ଜଣ, ଗୁଆମାଳ ବୀଣାପାଣି ହାଇସ୍କୁଲରେ ୧୩୧ଜଣ, ଜୟପୁର ବାଞ୍ଝାନିଧି ହାଇସ୍କୁଲରେ ୨୦୯୫ଜଣ, ବୋଡ଼କ ନାୟକାଣୀ ହାଇସ୍କୁଲରେ ୧୩୦ଜଣ, କାଁପଡ଼ା ବାସୁଳୀ ହାଇସ୍କୁଲରେ ୧୮୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥି ସହିତ ଗୁଆମାଳ କେନ୍ଦ୍ରରେ ୯ଜଣ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି। ତେବେ ପରୀକ୍ଷା ପାଇଁ ତିହିଡ଼ି ସିଆରଏସ ହାଇସ୍କୁଲକୁ ନୋଡାଲ ସେଣ୍ଟର ଭାବେ ନିଆଯାଇଛି। ଏହି ପରୀକ୍ଷା ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୬ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତି ପରୀକ୍ଷାଦିନ ପରୀକ୍ଷାର୍ଥୀମାନେ ୭.୩୦ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ଓ ୯ଟାରେ ପ୍ରଶ୍ନପତ୍ର ପ୍ରଦାନ କରାଯିବ ଏବଂ ୧୧ଟା ୩୦ରେ ପରୀକ୍ଷା ଶେଷ ହେବ। ନୋଡାଲ କେନ୍ଦ୍ରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ନେବା ଆଣିବା ପାଇଁ ୩ଟି ଟିମ୍ ଗଠନ କରାଯାଇଛି ବୋଲି ନୋଡାଲ ଇନ୍‌ଚାର୍ଜ ସମରେନ୍ଦ୍ରନାଥ ମିଶ୍ର ସୂଚନା ଦେଇଛନ୍ତି।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande