ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ଫାଇଭ-ଟି ସ୍କୁଲ
ରୂପାନ୍ତରିତ ପାଇଁ କେତେ ଖର୍ଚ୍ଚ ହୋଇଛି ସୋଫିଆଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ
ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଫାଇଭ-ଟିରେ ରୂପାନ୍ତରିକରଣ ପାଇଁ ଖର୍ଚ୍ଚ ହୋଇଛି 3 ହଜାର କୋଟି । କମ୍ପୁଟର ଶିକ୍ଷା ଦିଆଯାଉଛି । 20-21 ବର୍ଷରେ 21 ଲକ୍ଷ 9 ହଜାର 796 ପିଲା ଥିବା
ବେଳେ 23-24 ରେ 21 ଲକ୍ଷ 10 ହଜାର 493 ପିଲା ଥିଲେ । ସେପଟେ ବିଧାୟକ ଭାସ୍କର ମଢେଇ ଫାଇଭ-ଟି ସ୍କୁଲ
ଦୁର୍ନୀତି ନେଇ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମନ୍ତ୍ରୀ । ଫାଇଭ-ଟି ସ୍କୁଲରେ ଦୁର୍ନୀତି ନେଇ
ଅଭିଯୋଗ ଆସିଛି ତଦନ୍ତ ହୋଇଛି । ଆଗକୁ ଅଭିଯୋଗ
ଆସିଲେ ତଦନ୍ତ ହେବ ବୋଲି କହିଛନ୍ତି ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା