ପୁରୀ, ୨୧ ଫେବ୍ରୁଆରି (ହି.ସ.) - ଅଖିଳ ଭାରତୀୟ ବିଶ୍ୱକର୍ମା ମହାସଭା ଓ ଅଖିଳ ଉତ୍କଳ ବିଶ୍ୱକର୍ମା ସମିତିର ମିଳିତ ସହଯୋଗରେ ପୁରୀ ଟାଉନହଲ ଠାରେ ହୀରକ ଜୟନ୍ତୀ ଉତ୍ସବ ଉଦଘାଟିତ ହୋଇଯାଇଛି। ବିଶ୍ୱକର୍ମା ସମାଜର ସାମୁହିକ ଉନ୍ନତି ଉପରେ ଆଲୋଚନା ହୋଇଥିଲା । ମହାସଭାର ରାଷ୍ଟ୍ରୀୟ ସଭାପତି ଛେଦିଲାଲ ଶର୍ମା ବିଶ୍ୱକର୍ମା ଉଦଘାଟିତ କରି କହିଲେ ଜାତିର ଉନ୍ନତି ପାଇଁ ସମସ୍ତେ ଏକ ହୋଇ ଦାବି ଉପସ୍ଥାପନ କଲେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରସଙ୍ଗକୁ ବିଚାରକୁ ନେବେ । କୂଳର ରାଜନୈତିକ, ସାମାଜିକ ଓ ଆର୍ôଥକ ଉନ୍ନତି ସଂପର୍କରେ ଆଲୋଚନା ହୋଇଥିଲା । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦିନେଶ ଶର୍ମା, ଜାତୀୟ କାର୍ଯ୍ୟକାରୀ ସଭାପତି ପାଇଲେଶ କୁମାର ସିଦ୍ଧପୁର ,ସୁରେନ୍ଧ୍ରା ଦେବୀ, ଏମ ଏମ ଶର୍ମା,ଜେପି ବିଶ୍ୱକର୍ମା,ଉପସଭାପତି ରବିନ୍ଦ୍ର ବିଶ୍ୱକର୍ମା ପ୍ରମିଳେଶ ଶର୍ମା,ଭି.ରାଜଶେଖର ପ୍ରମୁଖ ଉପସ୍ଥିତ ହୋଇ କୂଳର ଉନ୍ନତି ସଂପର୍କରେ ଆଲୋକପାତ କରିଥିଲେ । ନିଖିଳ ଉତ୍କଳ ବିଶ୍ୱକର୍ମା ସମିତିର ରାଜ୍ୟ ସଭାପତି ସୂର୍ଯ୍ୟନାରାୟଣ ମହାରଣା, ମୂଖ୍ୟ ସଂପାଦକ ମନୋରଞ୍ଜନ ମହାରଣା ବଟକୃଷ୍ଣ ଓଝା ପ୍ରମୁଖ ଉପସ୍ଥିତ ରହି ଜାତିର ଉନ୍ନତି ସମ୍ପର୍କରେ ମତପ୍ରକାଶ କରିଥିଲେ । ଦ୍ୱିତୀୟ ଅଧିବେଶନରେ ନିଖିଳ ଉତ୍କଳ ବିଶ୍ୱକର୍ମା ସମିତିର ରାଜ୍ୟ କର୍ମକର୍ତା ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସାମାଜିକ ରାଜନୈତିକ ଶିକ୍ଷା ଅଧିକାର ଓ ଉନ୍ନତି ସଂପର୍କରେ ବିଶେଷ ଭାବେ ଆଲୋଚନା ହୋଇଥିଲା । ଏଥିରେ ରାଜ୍ୟ ସଭାପତି ସୂର୍ଯ୍ୟନାରାୟଣ ମହାରଣା, କାର?୍ୟ୍ୟକାରୀ ସଭାପତି ଚକ୍ରଧର ମହାରଣା, ମୂଖ୍ୟ ସଂପାଦକ ମନୋରଞ୍ଜନ ମହାରଣା ,ଉପସଭାପତି ଭାଗିରଥୀ ବିନ୍ଧାଣୀ, ଯୁଗ୍ମ ସମ୍ପାଦକ ଭାଗିରଥୀ ମହାରଣା ,ପ୍ରମୋଦ ରଞ୍ଜନ ମହାରଣା, ସହ ସମ୍ପାଦକ ପ୍ରସନ୍ନ ମହାରଣା ଓ ପ୍ରଶାନ୍ତ କୁମାର ଓଝା, ସଂଗଠନ ସମ୍ପାଦକ ଗୋବର୍ଦ୍ଧନ ମହାରଣା ,ପ୍ରତାପ ମହାରଣା ଓ ପ୍ରଶାନ୍ତ କୁମାର ମହାରଣା,କୋଷାଧ୍ୟକ୍ଷ ଗୁରୁପ୍ରସାଦ ସୂତାର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ ଓ ସାରା ଭାରତରୁ ୫ଶହରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଥିଲେ । ଶେଷରେ ରାଜ୍ୟ ସଭାପତି ସୂର୍ଯ୍ୟନାରାୟଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅଧିବେଶନ ୨୨ ଓ ୨୩ ତାରିଖ ଦୁଇଦିନ ଧରି ଚାଲୁରହିବ ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ବିଜୟ