ସମ୍ବଲପୁର, ୨୧ ଫେବୃୟାରୀ (ହି.ସ) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ
ନାଗଡ଼ିହି ଜଙ୍ଗଲରେ ନିଆଁ ପାଇଁ ଅଞ୍ଚଳ ପରିଦର୍ଶନ କରୁଥିବାବେଳେ ବନପାଳ ଏକ ନାବାଳିକାର ଜୀବନ ବଞ୍ଚାଇଥିବା ନେଇ ଅଞ୍ଚଳରେ ବନପାଳଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଗତ ୧୯ ତାରିଖ ମଧ୍ୟାହ୍ନରେ ବନପାଳ ସୁନିତା ନାଏକ ଜଙ୍ଗଲରେ ଲାଗିଥିବା ନିଆଁ ପାଇଁ ଅଞ୍ଚଳ ପରିଦର୍ଶନ କରୁଥିବା ସମୟରେ ନାଗଡ଼ିହି ନିକଟସ୍ଥ ଜଙ୍ଗଲରେ ଜନୈକା ନାବାଳିକାକୁ ଏକୁଟିଆ ଦେଖିବାକୁ ପାଇଥିଲେ l ଝିଅଟିକୁ ଏକୁଟିଆ ଦେଖି ଜରାବଗା ବନପାଳ ସୁନିତା ନାଏକ ତାଙ୍କୁ ଅଟକାଇ ପଚରା ଉଚରା କରିବାରେ ଝିଅଟି ଘରେ ପରିବାର ସହିତ ଝଗଡା କରି ଶେଷରେ ଆତ୍ମହତ୍ୟା କରିବା ପାଇଁ କାନ୍ଦି କାନ୍ଦି କହିଥିଲା । ଏପରି ଶୁଣିବା ପରେ ନାବାଳିକା ଜଣଙ୍କ ହାତରେ ଧରିଥିବା ବିଷ ବୋତଲକୁ ବନପାଳ ଛଡାଇ ନେଇ ମହୁଲପାଲି ପୋଲିସ ଓ ଆମ୍ବୁଲାନ୍ସକୁ ଡକାଇଥିଲେ l ମହୁଲପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ଡାକି ଝିଅଟିକୁ ବୁଝାସୁଝା କରି ପରିବାର ଲୋକଙ୍କୁ
ହସ୍ତାନ୍ତର କରିଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ