ପ୍ରେମ ପ୍ରତାରଣା ଅଭିଯୋଗରେ ଆୟୁଷ ଡାକ୍ତର ଗିରଫ
ମାଲକାନଗିରି, ୨୧ଫେବ୍ରୁଆରି (ହି.ସ.) ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ପରେ ଅନ୍ୟତ୍ର ବିବାହ କରିବା ଅଭିଯୋଗରେ ବନ୍ଧା ହେଲେ ଆୟୁସ୍ ଡାକ୍ତର। ମାଲକାନଗିରି ଜିଲ୍ଲା ମୋଟୁ ଠାରେ ଆୟୂଷ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଡାକ୍ତର ଅମିତ କୁମାର ସାହୁ (୩୧) ସେଠାରେ ଜଣେ ଯୁବତୀଙ୍କୁ ଭ
ପ୍ରେମ ପ୍ରତାରଣା ଅଭିଯୋଗ ରେ ଆୟୁଷ ଡାକ୍ତର ଗିରଫ


ମାଲକାନଗିରି, ୨୧ଫେବ୍ରୁଆରି (ହି.ସ.)

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ପରେ ଅନ୍ୟତ୍ର ବିବାହ କରିବା ଅଭିଯୋଗରେ ବନ୍ଧା ହେଲେ ଆୟୁସ୍ ଡାକ୍ତର। ମାଲକାନଗିରି ଜିଲ୍ଲା ମୋଟୁ ଠାରେ ଆୟୂଷ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଡାକ୍ତର ଅମିତ କୁମାର ସାହୁ (୩୧) ସେଠାରେ ଜଣେ ଯୁବତୀଙ୍କୁ ଭଲ ପାଇ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀ ସହିତ ଶାରୀରିକ ସଂପର୍କ ଦୀର୍ଘ ବର୍ଷ ଧରି ରଖି ଆସିଥିଲେ, ପରେ ନିଜ ଗାଁ ନିକଟକୁ ବଦଳି ହୋଇ ଯାଇ ସେଠାରେ ଅନ୍ୟ ଏକ ଯୁବତୀକୁ ବିବାହ କରୁଥିବା ଖବର ପାଇ ପୀଡ଼ିତା ଯୁବତୀ ଡାକ୍ତରଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା, ପୁଲିସ ଟିମ ସମ୍ବଲପୁର ଯାଇ ଡାକ୍ତରଙ୍କୁ ଗିରଫ କରି ମାଲକାନଗିରିକୁ ଆଣିଛନ୍ତି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ ୨୦୧୯ ମସିହାରେ ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ଆୟୁସ୍ ଡାକ୍ତର ଭାବେ କାର୍ଯ୍ୟରତ ଥିବା ସମ୍ବଲପୁର ଜିଲ୍ଲା ଜମନକିରା ଗ୍ରାମର ଅମିତ କୁମାର ସାହୁଙ୍କ ସହ ଅଞ୍ଚଳର ଜଣେ ଯୁବତୀ ସଂସ୍ପର୍ଶରେ ଆସିଥିଲେ। ପରେ ଅମିତ ଓ ଉକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା, ବିବାହର ପ୍ରତିଶ୍ରୁତି ଦେଇ ବିଭିନ୍ନ ସ୍ଥାନରେ ଅନେକ ଥର ଅମିତ ଉକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ତେବେ ଏହାରି ମଧ୍ୟରେ ଯୁବତୀ ଜଣଙ୍କ ବିବାହ ପାଇଁ କହିଥିଲେ ମଧ୍ୟ ଅମିତ ଅପେକ୍ଷା କରିବାକୁ କହିବା ସହ ମାଲକାନଗିରି ଜିଲ୍ଲାରୁ ସମ୍ବଲପୁର ଜିଲ୍ଲାକୁ ବଦଳି ହୋଇ ଚାଲି ଯାଇଥିଲେ। ଏହାପରେ ମଧ୍ୟ ଉକ୍ତ ଯୁବତୀ ଜଣଙ୍କ ବାରମ୍ବାର ଅମିତଙ୍କୁ ଯୋଗାଯୋଗ କରି ବିବାହ ପାଇଁ ଅନୁରୋଧ କରିଥିବା ବେଳେ ଅମିତ କୌଣସି ଉତ୍ତର ଦେଇ ନଥିଲେ ଓ ବିବାହ କରିନଥିଲେ। ତେବେ ଏହାରି ମଧ୍ୟରେ ଅଭିଯୁକ୍ତ ଅମିତ ପୁଣି ମାଲକାନଗିରି ଜିଲ୍ଲାରେ ପୋଷ୍ଟିଂ ପାଇଥିବା ବେଳେ ଏହା ଜାଣି ଗତ ୨୭.୧୦.୨୦୨୪ରେ ଯୁବତୀ ଜଣଙ୍କ ଅମିତଙ୍କ ସରକାରୀ କାର୍ଯ୍ୟାଳୟକୁ ଯାଇ ବିବାହ ପାଇଁ ଅନୁରୋଧ କରିଥିଲେ। ସେଠାରେ ମଧ୍ୟ ଅଭିଯୁକ୍ତ ଅମିତ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ଗତ ୩୦.୧୦.୨୦୨୪ରେ ଅଭିଯୁକ୍ତ ଜଣକ ଯୁବତୀଙ୍କ ଘରକୁ ଯାଇ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ମଥାରେ ସିନ୍ଦୁର ଲଗାଇଥିଲେ ଏବଂ ଯୁବତୀଙ୍କ ଅଜାଣତରେ ନିଜର ବଦଳି ଅନ୍ୟତ୍ର କରି ନୂତନ ପୋଷ୍ଟିଂ ସ୍ଥାନକୁ ଚାଲିଯାଇଥିଲେ। ଏହାପରେ ଅମିତ ନିଜରର ସମସ୍ତ ମୋବାଇଲ୍ ନମ୍ବର ବଦଳାଇ ଦେଇଥିଲେ ଏବଂ ପୀଡିତାଙ୍କ ସହିତ ଯୋଗାଯୋଗ କରିନଥିଲେ। ତେବେ ଅମିତ ଗତ ୧୭.୦୨.୨୦୨୫ରେ ନିଜ ଗ୍ରାମରେ ଅନ୍ୟ ଜଣେ ଯୁବତୀଙ୍କ ସହିତ ବିବାହ କରିଥିଲେ। ଯାହା ଜାଣିବା ପରେ ଏନେଇ ପୀଡତା ଯୁବତୀ ଜଣଙ୍କ ମାଲକାନଗିରି ଥାନାର ଦ୍ଵାରସ୍ଥ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଅମିତ କୁମାର ସାହୁଙ୍କୁ ତାଙ୍କ ଗ୍ରାମ ସମ୍ବଲପୁର ଜିଲ୍ଲା ଜମନକିରାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି। ତେବେ ଅମିତଙ୍କ ନାମରେ ଏହା ପ୍ରଥମ ଅଭିଯୋଗ ନୁହେ, ପୂର୍ବରୁ ମଧ୍ୟ ସେ ଅନ୍ୟ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷୀ ତାଙ୍କୁ ହତ୍ୟା କରିଥିବା ନେଇ ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande