ରାଜ୍ୟ ବିଜେପିର ସୋନପୁର ଜିଲ୍ଲା ସଭାପତି ବେଣୁଧର ଦାସ
ସୁବର୍ଣ୍ଣପୁର, ୨୧ ଫେବୃଆରୀ (ହି.ସ.)- ରାଜ୍ୟ ବିଜେପିର ଅନ୍ୟାନ୍ୟ ଜିଲ୍ଲା ସଭାପତି ନିର୍ବାଚିତ ହୋଇ ସାରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ବିଜେପି ସଭାପତି ଚୟନ ଘୁଞ୍ଚି ଯାଇଥିଲା। ଫଳରେ ଜିଲ୍ଲାର ରାଜନୈତିକ ମହଲରେ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ଆରମ୍ଭ ହୋଇଥିଲା । ଅନ୍ୟଥର ଭଳି ଏଥର ମଧ୍ୟ ବଲାଙ୍ଗ
ରାଜ୍ୟ ବିଜେପିର ସୋନପୁର ଜିଲ୍ଲା ସଭାପତି ବେଣୁଧର ଦାସ


ସୁବର୍ଣ୍ଣପୁର, ୨୧ ଫେବୃଆରୀ (ହି.ସ.)- ରାଜ୍ୟ ବିଜେପିର ଅନ୍ୟାନ୍ୟ ଜିଲ୍ଲା ସଭାପତି ନିର୍ବାଚିତ ହୋଇ ସାରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ବିଜେପି ସଭାପତି ଚୟନ ଘୁଞ୍ଚି ଯାଇଥିଲା। ଫଳରେ ଜିଲ୍ଲାର ରାଜନୈତିକ ମହଲରେ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ଆରମ୍ଭ ହୋଇଥିଲା । ଅନ୍ୟଥର ଭଳି ଏଥର ମଧ୍ୟ ବଲାଙ୍ଗିର ଏମପିଙ୍କ ପାଖ ଲୋକ ହିଁ ଏହି ପଦବୀଟି ହାତେଇବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ପୁଣି ଜିଲ୍ଲାର ବିଦାୟି ସଭାପତି ପ୍ରମୋଦ ମହାପାତ୍ରଙ୍କ ଉପରେ ପାଟନାଗଡର ଆଶିର୍ବାଦ ରହିବ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ଏମପିଙ୍କ ପାଖଲୋକ ବୋଲେଇ ହେଉଥିବା ଜଣେ ସୁବିଧାବାଦି ଚାଟୁକାର୍ ଓ ଜଣେ ବଚସ୍କର୍ ପୂର୍ବତନ ଜିଲ୍ଲା ସଭାପତିଙ୍କ ନାଁରେ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ସମସ୍ତ କଳ୍ପନା ଜଲ୍ସନାର ଅନ୍ତ ହୋଇଥିଲା ଓ ଜଣେ ଅନୁଭବି, ନୀତିବାନ, ସୁସଙ୍ଗଠକ ଓ ସ୍ବୟଂସେବକ ବେଣୁଧର ଦାସଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ବିଜେପି ସଭାପତି ଚୟନ କରାଯାଇଛି ।

ତାଙ୍କ ନାଁ ଘୋଷଣା କରିବା ପରେ ଜିଲ୍ଲାର ରାଜନୈତିକ ମହଲରେ ଆନେକ ଆଲୋଚନା ଆରମ୍ଭ ହୋଇଛି । କିଏ ସେ ଓ କାହିଁକି ତାଙ୍କ ଉପରେ ଆସ୍ଥା ରଖିଲା ବିଜେପିର ରାଜ୍ୟ ନେତୃବୃନ୍ଦ, ଏ ଚର୍ଚା ସବୁଆଡେ। କିନ୍ତୁ ବେଣୁଧର ଦାସଙ୍କ ସପକ୍ଷରେ ସ୍ଥାନିୟ ଆରଏସଏସ, ବିବିଧ କ୍ଷେତ୍ର ମୋହର ମାରିଥିଲେ । ପୁଣି ମିଷ୍ଟଭାସି ବେଣୁଧରଙ୍କ ବିଜେପିର ମୁଖ୍ୟଧାରାରେ ଥ‌ିବା ସମସ୍ତ କର୍ମୀଙ୍କ ମହଲରେ ଯେତିକି ସମ୍ପର୍କ, ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ୍ ମହାପାତ୍ର ଓ ଅନ୍ୟ ଜଣେ ପ୍ରଭାବଶାଳୀ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ବଳଦେବ ବେଦବାକ ଓ ତାଙ୍କ ସମର୍ଥକ ମାନଙ୍କର ସ‌ହିତ ମଧ୍ୟ ସମ୍ପର୍କ ଖରାପ ନଥିବାରୁ, ସମସ୍ତଙ୍କୁ କାମରେ ନିୟୋଜିତ କରି ଆସନ୍ତା ଗ୍ରାମପଞ୍ଚାୟତ ନିର୍ବାଚନରେ ଦଳକୁ ବିଜୟୀ କରାଈ ପାରିବେ ବୋଲି ଦଳ ବିଶ୍ବାସ ରଖିବା ଜଣାଜାଏ।

ପୂର୍ବରୁ ବୀରମହାରାଜପୁର ବ୍ଲକ ବିଜେପି ସଭାପତି, ଜିଲ୍ଲା ସାଧାରନ ସମ୍ପାଦକ ଓ ବିଗତ ବିଧାନସଭା ନିର୍ବାଚନରେ ବିଧାୟକ ରଘୁନାଥଙ୍କର ଅନ୍ୟନ୍ତ ଘନିଷ୍ଠ ଭୂମିକା ଶ୍ରୀ ଦାସ୍ ନିଭେଇଥିଲେ । କିନ୍ତୁ ସେ ତାଙ୍କର ଚୟନର ଶ୍ରେୟ ଏମପି, ଉପମୁଖ୍ୟମନ୍ତ୍ରୀ ଓ ବୀରମହାରାଜପୁର ବିଧାୟକଙ୍କୁ ଦେଇଥିବା ବେଳେ, ସେ ଦଳର ତୃଣମୁଳ କର୍ମକର୍ତ୍ତାଙ୍କୁ ସାଙ୍ଗରେ ନେଇ ଦଳକୁ ବିଜୟଶ୍ରୀ କରେଇବାକୁ ଶପଥ ନେଇଥିବା କଥା ଗଣମାଧ୍ଯମରେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande