ଜୟପୁର, ୨୧ ଫେବୃଆରୀ (ହି.ସ.)- ଜୟପୁର ବ୍ଲକ ସଭାଗୃହରେ ବ୍ଲକ ସ୍ତରୀୟ ତାଲିମ ଶିବିର ଆଜି ଅନୁଷ୍ଠିତ ହୋଇଛି । ଦୀର୍ଘସ୍ଥାୟୀ ବିକାଶ ସ୍ଥାନୀୟକରଣ ପରିପ୍ରେକ୍ଷୀରେ ପଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମପଞ୍ଚାୟତ ନେଇ ତାଲିମ ଦିଆଯାଇଛି । ଏଠାରେ ରିସୋର୍ସ ପେସନ ରଶ୍ମିଶ୍ରୀ ପ୍ରଧାନ ତାଲିମ ଦେଇଥିଲେ । ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ଜିଲା ପରିଷଦ ସଭ୍ୟା ତପତ୍ତି ପଟ୍ଟନାୟକଙ୍କ ସହ ଏଡିଇଓ ଅଙ୍ଗନବାଡି କର୍ମି, ସିଆରପି, ଓାର୍ଡ ମେମ୍ବର, ସମିତି ସଭ୍ୟା ତାଲିମ ନେଇଥିଲେ । ବ୍ଲକର ବିପିସି ମଧୁ ସିଂ ସହଯୋଗ କରିଥିଲେ । ଏଠାରେ ଜଳ ବ୍ୟବହାର ଗୁରୁତ୍ୱ, ଜଳ ପ୍ରାଚୁର୍ଯ୍ୟ ଏବଂ ଚାହିଦା, ଜଳବାୟୁ ପରିବର୍ତନ ଏବଂ ଜଳର ପରିଚାଳନା, ଭୂତଳ ଜଳର ସଂରକ୍ଷଣ, ବର୍ଷା ଜଳର ଅମଳ, ଜଳାଶୟର ପରିଚାଳନା, ଜଳସେଚନର ପ୍ରତୁର ବ୍ୟବହାର ଆଦି ଉପରେ ତାଲିମ ଦିଆଯାଇଥିଲା । ଗୋଷ୍ଠି ଗତ ଜଳ ଯୋଗାଣ ସମ୍ପାଦନା, ବସୁଧା ଯୋଜନାର ପ୍ରଣୟନ, ଜଳ ଯୋଗାଣ ଯୋଜନାର କାର୍ଯ୍ୟକାରିତା, ଜଳର ଗୁଣବତ୍ତା ପରୀକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ପବନ