ଭଦ୍ରକ, ୨୧ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋ ପଂଚାୟତ ଅଧୀନ ବାରୋଡିହ ଗ୍ରାମରେ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା, ନୂତନ ବିଗ୍ରହ ପବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି। ଏହି ଉତ୍ସବ ପାଇଁ ଗୁରୁବାର ଗ୍ରାମର ଶତାଥିକ ମହିଳା ଶୋଭାଯାତ୍ରାରେ ଯାଇ କଳସ ବୁଡ଼ାଇଥିଲେ। ପରେ କଳସକୁ ଯଜ୍ଞସ୍ଥଳରେ ସ୍ଥାପନ କରାଯାଇଥିଲା। ପରେ ସୂର୍ଯ୍ୟ, ଗୋ, ବରୁଣ ଓ ଅଷ୍ଟାଦଶ ମାତୃଶକ୍ତି ପୂଜା କରାଯାଇଥିଲା। ଶୁକ୍ରବାର ମନ୍ଦିର ପ୍ରତିଷ୍ଠା କରାଯାଇ ମନ୍ଦିର ଶିଖରର ତ୍ରିଶୂଳ ଓ ଧ୍ୱଜା ସ୍ଥାପନ କରାଯିବା ପରେ ନୂତନ ବିଗ୍ରହକୁ ମନ୍ଦିର ପ୍ରବେଶ କରାଯାଇଥିଲା। ଶନିବାର ପୂର୍ଣ୍ଣାହୂତି ପରେ ରବିବାର ନାମ ସଂକୀର୍ତନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଉତ୍ସବ ମହାଶିବରାତ୍ରି ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଦୁଃଶାସନ ନାୟକ ଓ ଦମୟନ୍ତୀ ନାୟକ କର୍ତା ଭାବେ କାର୍ଯ୍ୟ ତୁଲାଉଛନ୍ତି। କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଉ କ୍ଷେତ୍ରର ପଣ୍ଡିତ କେଦାରନାଥ କର, ମନୋଜ କୁମାର କର ଓ ବିରାଜ ପଣ୍ଡା, ଯାଜପୁର ବିରଜା କ୍ଷେତ୍ରର ପଣ୍ଡିତ ସରୋଜ କୁମାର ପତି ଓ ପ୍ରତାପ କୁମାର ପତି, ମନ୍ଦିର ପୂଜକ କିଶୋର କୁମାର ପଣ୍ଡା ଓ ମାନସ ପଣ୍ଡା ପୂଜା କାର୍ଯ୍ୟ ତୁଲାଉଛନ୍ତି। ସରପଂଚ ଉଦ୍ଧବ ଚରଣ ନାୟକ, ପୂର୍ବତନ ସରପଂଚ ହରେକୃଷ୍ଣ ଜେନା, ଶିକ୍ଷାବିତ୍ ସନ୍ନ୍ୟାସୀ ବ୍ରହ୍ମ, ଗ୍ରାମବାସୀ ବିଜୟ କୁମାର ବ୍ରହ୍ମ, ବିନୟ କୁମାର ବେହୁରିଆ, କୃଷ୍ଣଚନ୍ଦ୍ର ନାୟକ, ନାରାୟଣ ମାନଧାତା, ରାଜକିଶୋର ଜେନା, ତାପସ ଦାସ, ରମେଶ ବେହେରା, ସୁଶାନ୍ତ ବ୍ରହ୍ମ, ମନୋରଂଜନ ନାୟକ, ଶରତ ବ୍ରହ୍ମ, ମୁକ୍ତିକାନ୍ତ ସାମଲ, ପ୍ରଦୀପ ନାୟକ, ବିପ୍ଳବ ଦାସ, ନରେନ୍ଦ୍ର ନାୟକ, ମଂଜୁ ନାୟକ, ଚକ୍ରଧର ସାମଲ, ବିଜୟ ନାଥ ପ୍ରମୁଖଙ୍କ ସମେତ ଗ୍ରାମର ଯୁବ ଗୋଷ୍ଠୀ ଓ ଗ୍ରାମବାସୀମାନେ ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିଚାଳନାରେ ସହଯୋଗ କରୁଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ