ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କ୍ୟାଲେଣ୍ଡର ବଣ୍ଟନ
ମାଲକାନଗିରି, ୨୧ ଫେବୃଆରୀ (ହି.ସ.)- ଆଜି ଅପରାହ୍ନରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ୫-ଖାରବେଳନଗର, ଭୁବନେଶ୍ବର ଆନୁକୁଲ୍ୟରେ, ମାଲକାନଗିରି ଜିଲ୍ଲା ତରଫରୁ ଛୁଟି ତାଲିକା ସହ କ୍ୟାଲେଣ୍ଡର ଏକ ସମୟରେ ଚିତ୍ରକୋଣ୍ଡା ଅନ୍ତର୍ଗତ ଆର୍ ଏସ୍ ସି ଉନ୍ନିତ ଉଚ୍ଚ ବିଦ୍ୟାଳୟ ଓ କୋରୁକୋଣ୍ଡା ବ୍ଲକ କେ
ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କ୍ୟାଲେଣ୍ଡର ବଣ୍ଟନ ହେଲା


ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କ୍ୟାଲେଣ୍ଡର ବଣ୍ଟନ ହେଲା


ମାଲକାନଗିରି, ୨୧ ଫେବୃଆରୀ (ହି.ସ.)- ଆଜି ଅପରାହ୍ନରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ୫-ଖାରବେଳନଗର, ଭୁବନେଶ୍ବର ଆନୁକୁଲ୍ୟରେ, ମାଲକାନଗିରି ଜିଲ୍ଲା ତରଫରୁ ଛୁଟି ତାଲିକା ସହ କ୍ୟାଲେଣ୍ଡର ଏକ ସମୟରେ ଚିତ୍ରକୋଣ୍ଡା ଅନ୍ତର୍ଗତ ଆର୍ ଏସ୍ ସି ଉନ୍ନିତ ଉଚ୍ଚ ବିଦ୍ୟାଳୟ ଓ କୋରୁକୋଣ୍ଡା ବ୍ଲକ କେନ୍ଦ୍ରଗୁମ୍ଫା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୧୨୦ ଜଣ ପ୍ରଧାନ ଶିକ୍ଷକ ମାନଙ୍କୁ ବଣ୍ଟନ କରାଯାଇଥିଲା। କ୍ୟାଲେଣ୍ଡର ବଣ୍ଟନ ସମୟରେ ଚିତ୍ରକୋଣ୍ଡା ବ୍ଲକ୍ ରେ ସଂଘର ଜିଲ୍ଲା ଯୁଗ୍ମ ସମ୍ପାଦକ କବି ଯଚିନ୍ଦ୍ର ସ୍ଵାଇଁଙ୍କ ସହ ବରିଷ୍ଠ ଶିକ୍ଷକ ନେତା ଶିକ୍ଷକ ପରେଶ କୁମାର ରାଉତ, ଡମ୍ବରୁ ଧର ଗୋଲରି, ସବିତା ତ୍ରିପାଠୀ, ପ୍ରାଣକୃଷ୍ଣ ସେନ୍, ସସ୍ମିତା ପଣ୍ଡା, ଦେବବ୍ରତ ଦାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି କୋରୁକୋଣ୍ଡା ବ୍ଲକ କେନ୍ଦ୍ରଗୁମ୍ଫାରେ ସଂଘର ଜିଲ୍ଲା ସଭାପତି ନୀଳକଣ୍ଠ ବେହେରା, ସମ୍ପାଦକ ଲୋକନାଥ ବେହେରା, ଉପ ସଭାପତି ପଦ୍ମ ରଥ, ଦେବାଶିଷ ମଣ୍ଡଳ , ଉତ୍ତମ ସମଦଦାର,ବିଶ୍ୱନାଥ ଶବର, ରବି ମହାରଣା, ଭୀମ ଖିଲ, ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande