ବଲାଙ୍ଗିର, ୨୧ ଫେବ୍ରୁଆରି (ହି.ସ.)
ପୂର୍ବତନ ଦେଓଗାଁ ଭିଏଲଡ଼ବ୍ଲୁ ବିହାରୀ ଲାଲ ବାରିକ ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ଦେଓଗାଁ ବ୍ଲକରେ ଥିଲା ବେଳେ ବିଭିନ୍ନ ସରକାରି ଯୋଜନାରେ ଉନ୍ନୟନ କାମ ଏନଏଫଏଫ୍ଡବ୍ଲୁ/ ଏସଜିଆରୱାଇ ଯୋଜନାରେ ଆସିଥିବା ଚାଉଳ ଗରିବ ଲୋକଙ୍କୁ ଦେବାକୁ ଉଦ୍ଦିଷ୍ଟ ଚାଉଳ ୬୦୦ କ୍ୱିଂଟାଲ ତତ୍କାଳୀନ ମୂଲ୍ୟ ପ୍ରାୟ ୬ ଲାଖ ଟଙ୍କା ଓ ତହବିଲ ନଗଦ ତୋଷାରପାତ କରିଥଲେ। ଭିଜିଲାନ୍ସ ତାଙ୍କ ବିରୁଦ୍ଧରେ ଦୁର୍ନିତୀ ନିବାରଣ ଆଇନ ୧୯୮୮ଧରା ୧୩(୨)୧୩(୧)(ଗ) ଓ ଭାରତୀୟ ଦଣ୍ଡ ସଂହିତା ୧୮୬୦ ର ୪୦୯ ଆରୋପ ହୋଇଥିଲା । ସ୍ଵତନ୍ତ୍ର ଜଜ ଭିଜିଲାନ୍ସ ମଳୟ ରଞ୍ଜନ ଦାସ ଭ୍ରଷ୍ଟାଚାର ଆଇନରେ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକ ଦଫା ପାଇଁ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦୦୦୦ ଟଙ୍କା ଅର୍ଥ ଦଣ୍ଡ ଅନାଦେୟେ ୨ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି। ଯେହେତୁ ସେ ଅବଶର ଗ୍ରହଣ କରିଛନ୍ତି ତାଙ୍କର ପେନସନ ଦଣ୍ଡ ପରେ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଵତନ୍ତ୍ର ଓକିଲ ଜୟକୃଷ୍ନ ସାହୁ ସରକାରଙ୍କ ତରଫରୁ ଲଢ଼ୁଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ